ଜୀବନ ନେଇଗଲା ହାତୀ, କ୍ଷତାକ୍ତ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ

ଅନୁଗୁଳ (କେନ୍ୟୁଜ୍‌) : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ କମଳପୁର ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଗାଁର ଭାସ୍କର ଭୁକ୍ତା । ସୂଚନା ଅନୁସାରେ ଭାସ୍କର ରାତିରେ ଧାନ ଫସଲ ଜଗିବାକୁ ଯାଇଥିଲେ । ତେବେ ସେଠାରେ ହାତୀ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । କ୍ଷତିପୂରଣ ଓ ହାତୀ ଦାଉରୁ ଫସଲ ସୁରକ୍ଷା ଦାବିରେ ଲୋକ ପ୍ରରିବାଦ କରିଛନ୍ତି । ବନ ବିଭାଗ ଓ ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା କରୁଛି ।

Leave A Reply

Your email address will not be published.