କେଦାରନାଥରେ ଯାତ୍ରୀଙ୍କ ସହ ଅଘଟଣ, ଖାତରେ ଖସିଲା ହେଲିକପ୍ଟର

ହେଲିପ୍ୟାଡରୁ ମାତ୍ର ୧୦୦ ମିଟର ଦୂରରେ ଏହି ଅଘଟଣ ଘଟିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାଇଲଟ ହେଲିକପ୍ଟରଟିକୁ କେଦାରନାଥରେ ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ତାହା ହେଲିପ୍ୟାଡରେ ଲ୍ୟାଣ୍ଡ କରି ନ ପାରି ତା’ ନିକଟରେ ଥିବା ଏକ ଖାତରେ ଖସିପଡ଼ିଥିଲା ।

ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ହେଲିକପ୍ଟରର ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ଅଘଟଣ । ଅଳ୍ପକେ ବର୍ତ୍ତିଲେ ଜଣେ ପାଇଲଟଙ୍କ ସହ ୬ ଯାତ୍ରୀ । ଯାନ୍ତ୍ରୀକ ତୃଟି ଯୋଗୁଁ କେଦାରନାଥରେ ଏମର୍ଜେନ୍ସି ଲ୍ୟାଣ୍ଡି ବେଳେ ହେଲିକେପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ।

ହେଲିପ୍ୟାଡରୁ ମାତ୍ର ୧୦୦ ମିଟର ଦୂରରେ ଏହି ଅଘଟଣ ଘଟିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାଇଲଟ ହେଲିକପ୍ଟରଟିକୁ କେଦାରନାଥରେ ଏମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ତାହା ହେଲିପ୍ୟାଡରେ ଲ୍ୟାଣ୍ଡ କରି ନ ପାରି ତା’ ନିକଟରେ ଥିବା ଏକ ଖାତରେ ଖସିପଡ଼ିଥିଲା ।

ଆଖପାଖରେ ଥିବା ଲୋକେ ଭୟଭୀତ ହୋଇ ଦୌଡା ଦୌଡି ଆରମ୍ଭ କରିଥିଲେ। ତୁରନ୍ତ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଗତ ୧୦ ତାରିଖରୁ ଚାରିଧାମ ଯାତ୍ରା ଆରମ୍ଭ ହୋଇଥିବା ବେଳେ କିଛି ହେଲିକପ୍ଟର ମାଧ୍ୟମରେ ଯାଉଥିଲେ।

 

Leave A Reply

Your email address will not be published.