NIA ରେ ଖାଲିପଡିଛି ସବ-ଇନ୍ସପେକ୍ଟର ଏବଂ ହେଡ କନେଷ୍ଟବଳ ପଦବୀ, ଭୁବନେଶ୍ୱର ପାଇଁ କରିପାରିବେ ଆବେଦନ

ଗୁଇନ୍ଦା ହେବାକୁ ଇଚ୍ଛା ରଖୁଥିଲେ ଆପଣଙ୍କ ସ୍ୱପ୍ନ ନିଶ୍ଚିତ ପୂରଣ ହେବ। ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସୀ(NIA) ଖାଲିପଡିଛି ପଦବୀ। ଏଠାରେ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର ଏବଂ ହେଡ କନେଷ୍ଟବଳ ପଦବୀରେ ନିଯୁକ୍ତି ହେଉଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ nia.gov.in କୁ ଯାଇ ଆବେଦନ କରିପାରିବେ।

ନ୍ୟାସନାଲ ଇଭେଷ୍ଟିଗେସନ ଏଜେନ୍ସୀ ପକ୍ଷରୁ ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ, ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ପାଇଁ ୪୩ ପଦବୀ ଏବଂ ହେଡ କନେଷ୍ଟବଳ ପଦବୀ ପାଇଁ ୨୪ଟି ପଦବୀ ଖାଲିପଡିଛି। ଚୟନ ହେବା ପ୍ରାର୍ଥୀଙ୍କ ପୋଷ୍ଟିଂ ଦିଲ୍ଲୀ, ଗୋହ୍ଵାଟୀ, ମୁମ୍ବାଇ, ହାଇଦ୍ରାବାଦ, ଲକ୍ଷ୍ମୌ, କୋଚି, କୋଲକତା, ରାୟପୁର, ଜମ୍ମୁ, ଚଣ୍ଡିଗଡ, ଗୋପାଳ, ଭୁବନେଶ୍ୱର, ଜୟପୁର, ପଟନା ସମତେ ଅନେକ ସହରରେ ହେବ।

ପଦବୀ ବିବରଣୀ: ୬୭

ଆସିଷ୍ଟାଣ୍ଟ ଇନ୍ସପେକ୍ଟର: ୪୩

ହେଡ କନେଷ୍ଟବଳ: ୨୪

ଶିକ୍ଷାଗତ ଯୋଗ୍ୟତା : ଆସିଷ୍ଟାଣ୍ଟ ସବୁ ଇନ୍ସପେକ୍ଟର ପଦବୀ ପାଇଁ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଗ୍ରାଜୁଏସନରେ ଡିଗ୍ରୀ କରିଥିବା ଜରୁରୀ। ସେହିପରି ହେଡ କନେଷ୍ଟବଳ ପଦବୀ ପାଇଁ ଆବେଦନ କରିବା ପ୍ରାର୍ଥୀ ୧୨ମ ପାସ୍‌ କରିଥିବା ଜରୁରୀ।

ବୟସ ସୀମା: ବୟସ ସୀମା ଜାଣିବା ପାଇଁ ପ୍ରାର୍ଥୀ ନୋଟିଫିକେସନ ଚେକ୍‌ କରିପାରିବେ।

କେମିତି କରିବେ ଆପ୍ଲାଏ : ଆପଣ ନିମ୍ନଲିଖିତ ଠିକଣାରେ ଆବଶ୍ୟକ ଦସ୍ତାବିଜକୁ ପଠାଇପାରିବେ।

SP (Administration), NIA Headquarters, Opposite CGO Complex, Lodhi Road, New Delhi- 110003

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.