Below header

ଦିନେ ତନୁଶ୍ରୀ ଦତ୍ତାଙ୍କୁ ଡ୍ରେସ୍‌ ଖୋଲି ନାଚିବାକୁ କହିଥିଲେ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ

ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ ଏବେ ‘ଦ କଶ୍ମୀର ଫାଇଲ୍ସ’ ଯୋଗୁ ଚର୍ଚ୍ଚାରେ ଅଛନ୍ତି। ‘ଦ କଶ୍ମୀର ଫାଇଲ୍ସ’ ୧୯୯୦ ମସିହାରେ ଘଟିଥିବା ସତ୍ୟ ଘଟଣା ଉପରେ ଆଧାରିତ। କଶ୍ମୀର ପଣ୍ଡିତମାନଙ୍କୁ ସେତେବେଳେ କିଭଳି ନିର୍ଯାତନା ଦିଆଯାଉଥିଲା, ତାହା ଫିଲ୍ମରେ ଦର୍ଶାଯାଇଛି। ମାତ୍ର ୧୫ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମ, ଇତି ମଧ୍ୟରେ ୧୪୧ କୋଟି ଟଙ୍କା ରୋଜଗାର କରିସାରିଲାଣି। ବକ୍ସ ଅଫିସରେ ଫିଲ୍ମର ରୋଜଗାର ଆକାଶ ଛୁଆଁ ହୋଇଛି।

ଏବେ ବିବେକ ଅଗ୍ନିହୋତ୍ରୀଙ୍କୁ ଖୁବ୍‌ ପ୍ରଶଂସା କରାଯାଉଥିଲେ ମଧ୍ୟ ପୂର୍ବରୁ ତାଙ୍କ ବିରୋଧରେ ଅନେକ ଅଭିଯୋଗ ଆସିଛି। ବିବେକଙ୍କ ବିରୋଧରେ ପୂର୍ବ ମିସ୍‌ ଇଣ୍ଡିଆ ୟୁନିଭର୍ସ ତନୁଶ୍ରୀ ଦତ୍ତା ‘ମି ଠୁ’ ନେଇ ଅଭିଯୋଗ କରିଥିଲେ। ୨୦୧୮ ମସିହାରେ ତନୁଶ୍ରୀ ଅଭିଯୋଗ କରିଥିଲେ ଯେ ବିବେକ ତାଙ୍କୁ ପୋଷାକ ଖୋଲିବାକୁ କହିଥିଲେ। ୨୦୦୫ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଚକଲେଟ୍‌: ଡିପ୍‌ ଡାର୍କ ସିକ୍ରେଟ୍‌’ ର ସୁଟିଂ ବେଳେ ଘଟିଥିବା ଏକ ଘଟଣା ସମ୍ପର୍କରେ ତନୁଶ୍ରୀ କହିଥିଲେ।

ତନୁଶ୍ରୀ ଦତ୍ତା କହିଥିଲେ- ଫିଲ୍ମର ଏକ ସିନ୍‌ରେ ଅଭିନେତା ଇରଫାନ୍‌ ଖାନ୍‌ଙ୍କୁ ଦେଖି ମୋତେ ଫେସ୍‌ ଏକ୍ସପ୍ରେସନ୍‌ ଦେବାର ଥିଲା। ସେତେବେଳେ ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ମୋତେ ଡ୍ରେସ୍‌ ଖୋଲିବାକୁ କହିଥିଲେ। କିନ୍ତୁ ଫିଲ୍ମରେ ସେମିତି କିଛି ସିନ୍‌ ନଥିଲା। ନିର୍ଦ୍ଦେଶକଙ୍କ କଥା ଶୁଣି ମୁଁ କିଛି କହିବା ପୂର୍ବରୁ ଇରଫାନ୍‌ ଖାନ୍‌ ନିର୍ଦ୍ଦେଶକଙ୍କୁ ଅଟକାଇଥିଲେ ଓ ଏମିତି କରିବାର ଆବଶ୍ୟକତା ନାହିଁ ବୋଲି ବି କହିଥିଲେ। ଫିଲ୍ମର ଆଉ ଜଣେ କଳାକାର ସୁନୀଲ ସେଟ୍ଟୀ ମଧ୍ୟ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ରୋକିଥିଲେ।

ତନୁଶ୍ରୀ କହିଥିଲେ- ନିର୍ଦ୍ଦେଶକ ବିବେକ ଚାହୁଁଥିଲେ ମୁଁ ଡ୍ରେସ୍‌ ଖୋଲି ନାଚେ। ଫଳରେ ଇରଫାନ୍‌ ମୋ ଈଶାରା ଦେଖି ଫେସ୍‌ ଏକ୍ସପ୍ରେସନ୍‌ ଦିଅନ୍ତୁ। ଫିଲ୍ମ ଇଣ୍ଡଷ୍ଟ୍ରୀରେ ଇରଫାନ୍‌ ଖାନ୍‌ ଓ ସୁନୀଲ ସେଟ୍ଟୀଙ୍କ ଭଳି ଭଲ ଲୋକ ବି ଅଛନ୍ତି।

ସେହିପରି ଫିଲ୍ମ ସୁଟିଂ ବେଳେ ତାଙ୍କୁ ଜ୍ୱର ହୋଇଥିଲା। ଏହି ସମୟରେ ସେ ଏସି ବନ୍ଦ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ବିବେକ ତାଙ୍କୁ କହିଥିଲେ- ତୁମକୁ ଥଣ୍ଡା ଲାଗୁଛି ବୋଲି କଣ ଆମେ ସବୁ ଗରମରେ ମରିବୁ।

ତେବେ ତନୁଶ୍ରୀ ଦତ୍ତଙ୍କ ଏହି ଅଭିଯୋଗକୁ ବିବେକ ଅଗ୍ନିହୋତ୍ରୀ ଖଣ୍ଡନ କରିଥିଲେ। ସେ ସୋସିଆଲ ମିଡିଆରେ ଏକ ବୟାନ ଜାରି କରି ସମସ୍ତ ଅଭିଯୋଗକୁ ମିଛ ଓ ଅମୂଳକ ବୋଲି କହିଥିଲେ।

Also Read: ଚୀନ୍‌ରେ ୧୩୩ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ, ପାହାଡ଼ରେ ପିଟି ହୋଇଯାଇଥିବା ସୂଚନା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.