Below header

କେନ୍ଦ୍ର କର୍ମଚାରୀଙ୍କ ପାଇଁ ସରକାରଙ୍କ ତରଫରୁ ହୋଲି ଉପହାର, ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି

କେନ୍ଦ୍ର କର୍ମଚାରୀମାନଙ୍କ ପାଇଁ ସରକାରଙ୍କ ତରଫରୁ ହୋଲିର ଉପହାର । କେନ୍ଦ୍ର କ୍ୟାବିନେଟ କର୍ମଚାରୀମାନଙ୍କ ପାଇଁ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ପାଇଁ ମଞ୍ଜୁରୀ ଦେଇଛନ୍ତି । ତେବେ ଏହା ୨୦୨୦ ମସିହା ଜାନୁୟାରୀ ୧ ତାରିଖ ଠାରୁ ଲାଗୁ ହେବ । ଗତ ସପ୍ତାହ ସଂସଦରେ ଏହି ପ୍ରଶ୍ନର ଉତ୍ତରରେ ସରକାର ବୃଦ୍ଧି ମହଙ୍ଗା ଭତ୍ତା ଚଳିତ ମାସ ଠାରୁ ଦିଆଯିବ ବୋଲି ସଂକେତ ଦେଇଥିଲେ ।

ତେବେ ଏହା ପୂର୍ବରୁ ଅନୁମାନ କରାଯାଉଥିଲା ଯେ ସରକାର ହୋଲି ପୂର୍ବରୁ ହିଁ ବୃଦ୍ଧି ଭତ୍ତାକୁ ଘୋଷଣା କରିପାରନ୍ତି । ଯଦିଓ ଏପରି ହୋଇନଥିଲା ଏବଂ ଫେବୃୟାରୀ ମାସରେ ଆସିଥିବା ବଜେଟରେ ମଧ୍ୟ ଏପରି କିଛି କୁହାଯାଇନଥିଲା ଯାହାଦ୍ୱାରା କର୍ମଚାରୀମାନେ ନିରାଶ ହୋଇଯାଇଥିଲେ ।

ସୂଚନା ଅନୁଯାୟୀ ବର୍ଷରେ ଦୁଇଥର କେନ୍ଦ୍ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥାଏ । ଜାନୁଆରୀରୁ ଜୁନ ମାସ ପର୍ଯ୍ୟନ୍ତ ଉପଭୋକ୍ତାଙ୍କ ମୂଲ୍ୟ ସୁଚକାଙ୍କ ଏବଂ ପୁଣି ଜୁଲାଇରୁ ଡିସେମ୍ବର ମଧ୍ୟରେ ଇଣ୍ଡେକ୍ସ ଆଧାରରେ ଡ଼ିଏ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର କର୍ମଚାରୀମାନଙ୍କୁ ୧୭ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିଲା କିନ୍ତୁ ଏବେ ଏହା ବୃଦ୍ଧି ହୋଇ ୨୧ ପ୍ରତିଶତ ହୋଇଯାଇଛି ।

ତେବେ ଜାନୁଆରୀରୁ ମିଳିବାକୁ ଥିବା ବର୍ଦ୍ଧିତ ମହଙ୍ଗାଭତ୍ତାର କାଲ୍କୁଲେସନ ଗତ ବର୍ଷ ଜୁଲାଇରୁ ଡିସେମ୍ବର ଛମାସ ମଧ୍ୟରେ ମୁଦ୍ରାସ୍ପିତି ଆଧାରରେ କାଲ୍କୁଲେଟ କରାଯାଇଥାଏ । ଏହାପରେ ଜୁଲାଇରୁ ମିଳିବାକୁ ଥିବା ଡ଼ିଏ କାଲ୍କୁଲେସନ ଜାନୁଆରୀରୁ ଜୁନ ଛମାସ ମଧ୍ୟରେ ମୁଦ୍ରାସ୍ପିତି ଆଧାରରେ କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.