Below header

କରୋନା ପାଇଁ ଏହି ସମସ୍ତ ଦେଶକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ କଲା ଏୟାର ଇଣ୍ଡିଆ

ସରକାରୀ ବିମାନଚାଳନା କମ୍ପାନୀ ଏୟାର ଇଣ୍ଡିଆ କରୋନା ଯୋଗୁ କେତେକ ଦେଶକୁ ବିମାନ ସେବା ବନ୍ଦ କରିଛି। ଏହି ଦେଶ ମଧ୍ୟରେ ଇଟାଲୀ, ଫ୍ୟାନ୍ସ, ଜର୍ମାନୀ, ସ୍ପେନ୍‌, ଦକ୍ଷିଣ କୋରିଆ ଓ ଶ୍ରୀଲଙ୍କା ରହିଛି। ଏହି ସମସ୍ତ ଦେଶକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବିମାନଯାତ୍ରା ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି ଏୟାର ଇଣ୍ଡିଆ।

flight

ରିପୋର୍ଟ ମୁତାବକ, କରୋନା ଭାଇରସ୍‌ର ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏୟାର ଇଣ୍ଡିଆର ଜଣେ ଅଧିକାରୀ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଏଥିସହ ଫ୍ଲାଇଟ୍‌ କ୍ୟାନସଲେସନ୍‌ ଓ ରିସିଡ୍ୟୁଲ କରିବା ପାଇଁ ଗ୍ରାହକଙ୍କ ଠାରୁ କୌଣସି ଅତିରିକ୍ତ ଶୁଳ୍କ ନିଆଯିବ ନାହିଁ ବୋଲି ସେ ଘୋଷଣା କରିଛନ୍ତି। ଡିଜିସିଏ ଅନ୍ତର୍ଜାତୀୟ ଏୟାର ଲାଇନ୍ସକୁ ଟିକେଟ୍‌ ରଦ୍ଦ କରିବା ଓ ରିସିଡ୍ୟୁଲ କରିବା ପାଇଁ ଗ୍ରାହକଙ୍କ ଠାରୁ କୌଣସି ଶୁଳ୍କ ଯେପରି ନ ନିଆଯାଏ ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛି।

Air-India2

ସାରା ଦୁନିଆରେ ଆତଙ୍କ ଚଳାଇଥିବା ଏହି ଭାଇରସ୍‌ ଯୋଗୁ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀଙ୍କ ସଂଖ୍ୟା ୩୬ ପ୍ରତିଶତ ଖସିଛି। ସାଧାରଣ ଦିନରେ ଏଠାରେ ପ୍ରାୟ ୨୫ ହଜାରରୁ ଊର୍ଦ୍ଧ୍ୱ ଯାତ୍ରୀ ପହଞ୍ଚିଥାନ୍ତି। ଏବେ ଏହି ସଂଖ୍ୟା ହ୍ରାସ ପାଇ ୧୬ ହଜାରରେ ପହଞ୍ଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.