Below header

ମଧ୍ୟବିତ୍ତଙ୍କ ପାଇଁ କଠିନ ହୋଇପାରେ ବିମାନ ଯାତ୍ରା, ଲକଡାଉନ ପରେ ତିନି ଗୁଣା ହୋଇପାରେ ମହଙ୍ଗା

ଦେଶରେ କାରୋନାର ପ୍ରକୋପକୁ ରୋକିବା ପାଇଁ ଲକଡାଉନ ଜାରି ରହିଛି। ଲକଡାଉନ ପରେ ଲୋକଙ୍କୁ ମହଙ୍ଗାର ସାମ୍ନା କରିବାକୁ ପଡିପାରେ। ମଧ୍ୟବିତ୍ତ ଲୋକଙ୍କ ପାଇଁ ତ ବିମାନ ଯାତ୍ରା କରିବା ଆହୁରି କଠିନ ହୋଇଯିବ।

ଲକଡାଉନ ପରେ ବିମାନ ଟିକେଟ ଅନେକ ଗୁଣା ମହଙ୍ଗା ହୋଇପାରେ। ସାମାଜିକ ଦୂରତାକୁ ଧ୍ୟାନରେ ରଖି ଏୟାରଲାଇନ୍ସ ଏକ ତୃତୀୟାଂଶ ଆକ୍ୟୁପେନ୍ସିଙ୍କ ସହିତ ଅପରେଟ କରିବ। ଯେଉଁ କାରଣରୁ ଆପଣଙ୍କୁ ବିମାନ ଯାତ୍ରା ପାଇଁ ତିନି ଗୁଣା ଅଧିକ ଟଙ୍କା ଦେବାକୁ ପଡିପାରେ।

planeଖବର ଅନୁଯାଇ ଏଭିଏସନ ଅଥରିଟି ଏକ ବିକଳ୍ପ ଚିନ୍ତା କରୁଛନ୍ତି, ଯେଉଁଥିରେ ସାମାଜିକ ଦୁରତାକୁ ଧ୍ୟାନରେ ରଖି ତିନି ଜଣ ଯାତ୍ରୀ ବସୁଥିବା ଧାଡିରେ କେବଳ ଜଣେ ଯାତ୍ରୀ ବସିବେ। ଏବଂ ଅନ୍ୟ ଜଣେ ଯାତ୍ରୀ ତାଙ୍କ ପଛ ସିଟରେ ଡାଇଗୋନାଲି ବସିବେ।

ତିନି ଗୁଣା ବଢିଯାଇପାରେ ବିମାନ ଯାତ୍ରା

ଏକ ଏମିତି ଅବସ୍ଥା ଆସିପାରେ ଯେଉଁଠି ୧୮୦ ବିଶିଷ୍ଟ ସିଟରେ କେବଳ ୬୦ ଜଣ ଯାତ୍ରା କରିବେ। ଏହି କ୍ଷତିପୂରଣ ପାଇଁ ଏୟାରଲାଇନ୍ସ ୧.୫ରୁ ତିନି ଗୁଣା ଅଧିକ ବସୁଲି କରିପାରେ। ଏହାର ସୂଚନା ବିମାନ ଅଧିକାରୀ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.