Below header

Airtel ଓ Vodafoneର ଏହି ସ୍ମାର୍ଟ ରିଚାର୍ଜ ପ୍ୟାକ ଗୁଡିକରେ ଗ୍ରାହକଙ୍କୁ ମିଳିବ ଡାଟା ସୁବିଧା, ପ୍ରାରମ୍ଭିକ ମୂଲ୍ୟ ରହିଛି ମାତ୍ର ୩୯ ଟଙ୍କା

ଭୋଡାଫୋନ ଓ ଏୟାରଟେଲ ଭଳି କମ୍ପାନୀ ନିଜ ନିଜ ଗ୍ରାହକଙ୍କ ପାଇଁ ଶସ୍ତା ରିଚାର୍ଜ ପ୍ଲାନ ଆଣିଛନ୍ତି । ଏହି ସବୁ ପ୍ଲାନ ଗୁଡିକରେ ଉପଭୋକ୍ତା ମାନଙ୍କୁ ସୀମିତ ଡାଟା ସମେତ ଟକ ଟାଇମର ସୁବିଧା ବି ମିଳିପାରିବ । ତେବେ ଆସନ୍ତୁ ଜାଣିବା ଏହି ସ୍ମାର୍ଟ ରିଚାର୍ଜ ଗୁଡିକ ବିଷୟରେ:

ଭୋଡାଫୋନର ୩୯ ଟଙ୍କିଆ ପ୍ଲାନ:

କମ୍ପାନୀ ନିଜର ଏହି ପ୍ଲାନରେ ୩୦ ଟଙ୍କାର ଟକଟାଇମ ସମେତ ୧୦୦ ଏମବି ଡାଟା ସୁବିଧା ବି ମିଳିପାରିବ । ଅବଶ୍ୟ କମ୍ପାନୀ ଏହି ପ୍ୟାକରେ କୌଣସି ଏସଏମଏସ ସୁବିଧା ଦିଆଯାଇନାହିଁ । ଏହି ପ୍ୟାକର ସମୟ ସୀମା ୧୪ ଦିନ ପର୍ଯ୍ୟନ୍ତ ହିଁ ରହିବ ।

airtel new

ଏୟାରଟେଲର ୪୯ ଟଙ୍କିଆ ପ୍ଲାନ:

ଏୟାରଟେଲ କମ୍ପାନୀ ଏହି ପ୍ୟାକରେ ଆପଣଙ୍କୁ ୩୮.୫୨ ଟଙ୍କର ଟାକଟାଇମ ସହ ୧୦୦ ଏମବିର ଡାଟା ସୁବିଧା ବି ଯୋଗାଉଛି । କମ୍ପାନୀ ଏଥିରେ କୌଣସି ଏସଏମଏସ ସୁବିଧା ଦେଉନଥିବା ବେଳେ ପ୍ଲାନ ଟିର ଅବଧି ରହିଛି ୨୮ ଦିନ ।

ଭୋଡାଫୋନର ୭୯ ଟଙ୍କିଆ ପ୍ଲାନ;

କମ୍ପାନୀ ଏହି ପ୍ଲାନରେ ୬୪ ଟଙ୍କାର ଟକଟାଇମ ସହ ୨୦୦ ଏମବିର ଡାଟା ସୁବିଧା ବି ମିଳିପାରିବ । ଏହି ପ୍ୟାକର ଅବଧି ରହିଛି ମାତ୍ର ୨୮ ଦିନ ।

vodafone and airtel

ଏୟାରଟେଲର ୭୯ ଟଙ୍କିଆ ପ୍ଲାନ:

ଏୟାରଟେଲ ର ଏହି ପ୍ଲାନରେ ଆପଣଙ୍କୁ ୬୪ ଟଙ୍କାର ଟକଟାଇମ ଓ ୨୦୦ ଏମବି ଡାଟା ସୁବିଧା ବି ମିଳିପାରିବ । ଅବଶ୍ୟ ଏଥିରେ ଆପଣଙ୍କୁ ଏସଏମଏସର ସୁବିଧା ମିଳିବ ନାହିଁ । ଏହି ପ୍ଲାନର ଅବଧି ୨୮ ଦିନ ପର୍ଯ୍ୟନ୍ତ ହିଁ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.