‘ସୁଗାର ରିଲେସନସିପ୍‌’ କ’ଣ? କାହିଁକି ଏହା ଲୋକପ୍ରିୟ ହେଉଛି ବିଦେଶରେ, ଜାଣନ୍ତୁ ଏହା ବିଷୟରେ

ପ୍ରେମ ବିନା ଜୀବନ ଅଧୁରା ଲାଗିଥାଏ। କିନ୍ତୁ ଧନୀ ଲାଇଫ୍‌ଷ୍ଟାଇଲରେ ଏହାଠାରୁ ଅଧିକ ବେଡ୍‌ରୁମ ରିଲେଶନ ଜରୁରୀ ହୋଇଥାଏ। ଏହି ସମ୍ପର୍କକୁ କୁହାଯାଏ ‘ସୁଗାର ରିଲେସନସିପ୍‌’। ଏହି ଟ୍ରେଣ୍ଡ ଅନେକ ଦେଶରେ ଚାଲିଛି। ଯଦି ଆପଣ ଏହି ରିଲେସନସିପ୍‌ ବିଷୟରେ ଜାଣିନାହାନ୍ତି, ତା’ହେଲେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।

s1

ଏହି ରିଲେସନସିପ୍‌ରେ ଅଧିକ ବୟସର ଧନୀ ବ୍ୟକ୍ତି ଇଣ୍ଟିମେସି ପାଇଁ କମ୍‌ ବୟସର ଝିଅଙ୍କୁ ବାଛିଥାଆନ୍ତି। ଆଉ ଏଥିପାଇଁ ସେମାନେ ଅଧିକରୁ ଅଧିକ ଟଙ୍କା ଦେବାକୁ ପଛାନ୍ତି ନାହିଁ। ସୁଗାର ରିଲେସନସିପ୍‌ରେ ସାମିଲ ହୋଇଥିବା ଯୁବତୀଙ୍କୁ ‘ସୁଗାର ବେବି’ ଏବଂ ସାମିଲ ପୁରୁଷଙ୍କୁ ‘ସୁଗାର ଡାଡି’ କୁହାଯାଇଥାଏ। ଆମେରିକା, ଅଷ୍ଟ୍ରେଲିଆ ଭଳି ଦେଶରେ ଏଭଳି ସମ୍ପର୍କରେ ଲକ୍ଷ ଲକ୍ଷ ଲୋକ ବାନ୍ଧି ହୋଇଛନ୍ତି। କିନ୍ତୁ କହି ରଖୁଛୁ, ଏହାକୁ ପ୍ରଷ୍ଟିଚ୍ୟୁଶନ କୁହାଯାଇ ନ ଥାଏ।

s2

ସୁଗାର ରିଲେସନସିପ୍‌ରେ ୨୫ରୁ ୩୦ ବର୍ଷ ବୟସର ଯୁବତୀଙ୍କ ସହ ସମ୍ପର୍କ ରଖିଥାଆନ୍ତି ୪୫ରୁ ୫୦ ବର୍ଷ ବୟସର ପୁରୁଷ। ଯୁବତୀମାନେ ଅଧିକ ବୟସର ଧନୀ ପୁରୁଷଙ୍କ ସହି ଡିଲ୍‌ କରି ଶାରିରୀକ ସମ୍ବନ୍ଧ ରଖିଥାଆନ୍ତି। ଏହା ବଦଳରେ ନିଅନ୍ତି ବଡ଼ ରକମର ଟଙ୍କା। ଏହି ରିଲେସନ୍‌ ବିବାହରେ ବଦଳେ ନାହିଁ। ତେବେ ବିଦେଶରେ ବହୁତ ଯୁବତୀ ନିଜ ଆବଶ୍ୟକତା ପାଇଁ ଏଭଳି ସମ୍ପର୍କରେ ବାନ୍ଧି ହୋଇଯାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.