ଏକ ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ପୂର୍ବତନ ବିଧାୟକ ଅନୁପ ସାଏ ଅଟକ, ଗତକାଲି ରାତିରେ ଝାରସୁଗୁଡ଼ାରୁ ଉଠାଇ ନେଲା ପୋଲିସ

ଝାରସୁଗୁଡ଼ା: ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନୁପ ସାଏ ଅଟକ । ତାଙ୍କୁ ଅଟକ ରଖିଛି ଛତିଶଗଡ଼ ଚକ୍ରଧରନଗର ଥାନା ପୋଲିସ । ୨୦୧୬ ମସିହାରେ ଘଟିଥିବା ହତ୍ୟାକାଣ୍ଡ ମାମଲାରେ ଗତକାଲି ରାତିରେ ଅନୁପଙ୍କୁ ଝାରସୁଗୁଡ଼ା ସ୍ଥିତ ବାସଭବନର ସାଇ ମନ୍ଦିରରୁ ଉଠାଇ ନେଇଥିଲା ପୋଲିସ । ୨୦୧୬ ମସିହା ଏପ୍ରିଲ ମାସରେ ଝାରସୁଗୁଡ଼ା-ଛତିଶଗଡ଼ ସୀମାନ୍ତ ରାୟଗଡ଼ ଜିଲ୍ଲାରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଏହି ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ଛତିଶଗଡ଼ ପୋଲିସ । ସେତେବେଳେ ମାଆ କଳ୍ପନା ଦାସ ଓ ଝିଅ ପ୍ରଭାତୀ ଦାସ ଦୁଇ ଜଣଙ୍କୁ ବୀଭତ୍ସ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.