ବିପଦରେ ରାଜକୁମାର ରାଓଙ୍କ ଭବିଷ୍ୟ, ପୁଣି ଘୁଞ୍ଚିଲା ଫିଲ୍ମ ‘ଛଲାଙ୍ଗ’ର ରିଲିଜ ତାରିଖ
ନ୍ୟୁଟନ, ଶାହିଦ ଏବଂ ଟ୍ରେଣ୍ଡ ଭଳି ଫିଲ୍ମକୁ ସଫଳତା ମିଳିବା ସମୟରେ ନେଇଥିବା ନିଷ୍ପତ୍ତି ଯୋଗୁଁ ଏବେ ରାଜକୁମାରଙ୍କ ଭବିଷ୍ୟ ବିପଦରେ। ଆପଣ ହୁଏତ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ରାଜକୁମାର ରାଓଙ୍କ ଏହି ନିଷ୍ପତ୍ତି ତାଙ୍କୁ ବିପଦରେ ପକାଇଛି। ଫିଲ୍ମ ‘ସ୍ତ୍ରୀ’ କରିବା ପରେ ରାଜକୁମାରଙ୍କ ଭାଗ୍ୟ ବେଶ ଉଜ୍ୱଳ ରହିଥିଲା। କିନ୍ତୁ ବର୍ଷ ଆରମ୍ଭରୁ ସୁପରଫ୍ଲପ ଫିଲ୍ମ ଶିମଲା ମିର୍ଚ କରିବା ପରେ ଫିଲ୍ମ ‘ଛଲାଙ୍ଗ’କୁ ସିନେମାଘର ମିଳୁନାହିଁ। ଏଥିପାଇଁ ଦିନକୁ ଦିନ ଘୁଞ୍ଚିଚାଲିଛି ରାଜକୁମାରଙ୍କ ଏହି ଫିଲ୍ମର ରିଲିଜ ଡେଟ୍।
ଏହି ଫିଲ୍ମର ନାମ ପୂର୍ବରୁ ତୁର୍ରମ ଖାଁ ରହିଥିଲା। ଏହି ଫିଲ୍ମକୁ ରିଲିଜ ହେବା ପାଇଁ ସିନେମାଘର ମିଳୁନଥିବାରୁ ଫିଲ୍ମର ରିଲିଜ ତାରିଖ ଘୁଞ୍ଚି ଚାଲିଛି। ପୂର୍ବରୁ ଫିଲ୍ମଟି ୧୩ ମାର୍ଚ୍ଚରେ ରିଲିଜ ହେବାର ଥିଲା। କିନ୍ତୁ ନିର୍ମାତାଙ୍କୁ ଫିଲ୍ମର ସୋଲୋ ରିଲିଜ ପାଇଁ ସିନେମାଘର ମିଳୁନଥିବାରୁ ଚିନ୍ତା ବଢିଯାଇଛି। ମାର୍ଚ୍ଚ ୧୩କୁ ଜାହ୍ନବୀଙ୍କ ଫିଲ୍ମ ‘ ଗୁଞ୍ଜନ ସକସେନା ଦ କାରଗିଲ ଗର୍ଲ ରିଲିଜ ହେଉଛି। ଏଥିପାଇଁ ଫିଲ୍ମ ନିର୍ମାତା ‘ଛଲାଙ୍ଗ’ର ତାରିଖକୁ ବଦଳାଇ ୧୨ ଜୁନ୍ କରିଦେଇଛନ୍ତି। ଏଥିରେ ରାଜକୁମାର ରାଓଙ୍କ ସହିତ ନୁସରତ ବାରୁଚ୍ଛା ପ୍ରମୁଖ ଭୂମିକାରେ ନଜର ଆସୁଛନ୍ତି। ହଂସଲ ମେହେତା ନିର୍ଦ୍ଦେଶିତ ଏହି ଫିଲ୍ମକୁ ଅଜୟ ଦେବଗନ ମଦ୍ୟ ପ୍ରଯୋଜନା କରୁଛନ୍ତି। ଏହି ଫିଲ୍ମରେ ରାଜକୁମାର ରାଓ ଜଣେ ପିଟି ଟିଚର ଭୂମିକାରେ ନଜର ଆସୁଛନ୍ତି।