ସଲମାନ ଖାନଙ୍କ ଭାଲେଣ୍ଟାଇନ ପ୍ଲାନ, ନିଜ ଗାର୍ଲଫ୍ରେଣ୍ଡ ସହିତ ଏପରି କରିବେ ସେଲିବ୍ରେଟ

ଭାଲେଣ୍ଟାଇନ ଡେ ବଲିଉଡ ଷ୍ଟାର ମାନଙ୍କ ପାଇଁ ପ୍ରେମର ବାର୍ତ୍ତା ନେଇ ଆସିଥାଏ । ଏହି ଦିନରେ ସମସ୍ତ ଷ୍ଟାର ନିଜ ଭାଲେଣ୍ଟାଇନକୁ ସ୍ପେସିଆଲ ବନେଇବା ପାଇଁ ଲାଗି ପଡିଥାଏ । ତେବେ ଏହା ମଧ୍ୟରେ ସଲମାନ ଖାନଙ୍କ ଭାଲେଣ୍ଟାଇନ ଡେ’କୁ ନେଇ ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ସଲମାନ ଖାନ ନିଜର ଭାଲେଣ୍ଟାଇନ ତାଙ୍କର ଗାର୍ଲଫ୍ରେଣ୍ଡ ୟୁଲିୟା ବନ୍ତୁରଙ୍କ ସହିତ ମନାଇବାକୁ ଯାଉଛନ୍ତି ।

Image result for salman-khan iulia vantur

 

ଖବର ମୁତାବକ ସଲମାନ ଏହି ଭାଲେଣ୍ଟାଇନରେ ଏକ ପାର୍ଟି ହୋଷ୍ଟ କରିବାକୁ ଯାଉଛନ୍ତି । ସେ ଭାଲେଣ୍ଟାଇନ ଥିମର ଡିନର ସହିତ ନିଜ ଘରେ ଏହି ପାର୍ଟି ରଖିଛନ୍ତି । ଏହି ପାର୍ଟିରେ ସଲମାନଙ୍କ ପରିବାର ଲୋକଙ୍କ ସହିତ ତାଙ୍କର କିଛି ଘନିଷ୍ଠ ଲୋକ ସାମିଲ ରହିବେ ବୋଲି ସୂଚନା ମିଳିଛି ।

Image result for salman-khan iulia vantur

ନିକଟରେ ସଲମାନ ଖାନଙ୍କ ଏକ ଭିଡିଓ ଭାଇରଲ ହୋଇଥିଲା ଯେଉଁଥିରେ ସେ ନିଜ ଗାର୍ଲଫ୍ରେଣ୍ଡ ୟୁଲିୟା ବନ୍ତୁରଙ୍କ ସହିତ ମଲାଇକା ଅରୋଡା ଓ ଅରବାଜ ଖାନଙ୍କ ପୁଅ ଅରହାନ ଖାନଙ୍କ ସହିତ ଅଧରାତିରେ ସାଇକେଲ ଚଳାଉଥିବା ଦେଖିବାକୁ ମିଳିଥିଲା । ତେବେ ସଲମାନଙ୍କର ଏହି ସ୍ପୋର୍ଟି ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିଥିଲା ।

Image result for salman-khan iulia vantur

 

ବ୍ଲକବୁଷ୍ଟର ହିଟ ଭାରତ ପରେ ସଲମାନ ଫିଲ୍ମ ଦବାଙ୍ଗ ନେଇ ଆସିଥିଲେ । ବର୍ତ୍ତମାନ ତାଙ୍କ ପାଖରେ ଦୁଇଟି ଚଳଚ୍ଚିତ୍ର ରହିଛି । ଗୋଟିଏ ‘ରାଧେ’ ହୋଇଥିବା ବେଳେ ଅନ୍ୟଟି ହେଉଛି ‘କଭି ଇଦ କଭି ଦିୱାଲୀ’ । ଫିଲ୍ମ ‘ରାଧେ’ରେ ସେ ଦିଶା ପଟାନିଙ୍କ ସହିତ ନଜର ଆସୁଥିବା ବେଳେ ଫିଲ୍ମ ‘କଭି ଇଦ କଭି ଦିୱାଲୀ’ରେ ସେ ପୂଜା ହେଗଡେଙ୍କ ସହିତ ନଜର ଆସିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.