Below header

ୱେବସାଇଟ୍‌ରେ ପ୍ରାର୍ଥୀଙ୍କ ଅପରାଧିକ ମାମଲା ହେବ ଅପଲୋଡ, ସବୁ ରାଜନୈତିକ ଦଳଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଲୋକେ ଜାଣିବେ ନେତାଙ୍କ ଅପରାଧିକ ରେକର୍ଡ । ୱେବସାଇଟ୍‌ରେ ପ୍ରାର୍ଥୀଙ୍କ ଅପରାଧିକ ମାମଲା ଅପଲୋଡ କରିବାକୁ ସବୁ ରାଜନୈତିକ ଦଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ । ରାଜନୈତିକ ଦଳ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ଖବରକାଗଜ, ୱେବସାଇଟ୍‌ ଓ ସୋସିଆଲ ସାଇଟ୍‌ରେ ପ୍ରକାଶ କରିବେ । ଜଣେ ଅପରାଧିକୁ କାହିଁକି ପ୍ରାର୍ଥୀ କରାଗଲା, ସେନେଇ ମଧ୍ୟ ଜଣାଇବାକୁ ପଡ଼ିବ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପ୍ରାର୍ଥୀ ଘୋଷଣା ହେବାର ୭୨ ଘଣ୍ଟା ଭିତରେ ନିର୍ବାଚନ କମିଶନଙ୍କୁ ଅପରାଧିକ ତଥ୍ୟ ଦେବେ ପ୍ରାର୍ଥୀ । ଏହା ସହ ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ବିଷୟରେ ସ୍ଥାନୀୟ ଖବରକାଗଜରେ ତଥ୍ୟ ଦେବେ । ଯଦି କୌଣସି ଦଳ ଏହି ନିର୍ଦ୍ଦେଶକୁ ପାଳନ ନକରନ୍ତି, ତେବେ ତାହାକୁ ଅଦାଲତ ଅବମାନନା ବୋଲି ଗଣାଯିବ । ନିର୍ବାଚନ କମିଶନ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସୁପ୍ରିମକୋର୍ଟଙ୍କୁ ମଧ୍ୟ ଜଣାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.