ପାକ୍‌ କ୍ରିକେଟର ସାଦାବଙ୍କ ଉପରେ ବ୍ଲାକମେଲିଂ ଅଭିଯୋଗ ଆଣିଲେ ଦୁବାଇର ଏହି ଯୁବତୀ

ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ବୋଲର୍‌ଙ୍କ ଉପରେ ଦୁବାଇର ଜଣେ ଝିଅ ଅସରୀନା ସଫିୟା ବ୍ଲାକମେଲ କରିବାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ସାଦାବ ଖାନ୍‌ ତାଙ୍କର ନ୍ୟୁଡ୍‌ ଫଟୋ ଲିକ୍‌ କରିବାର ଧମକ ଦେଉଛନ୍ତି। ଏଥିସହ ସେ ସାଦାବଙ୍କ ସହ କରିଥିବା କିଛି ମେସେଜ୍‌ ଚାଟ୍‌ ର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

shadab-khanସୂଚନା ମୁତାବକ ଅସରୀନା ନିଜର ଇନଷ୍ଟାଗ୍ରାମରେ ସାଦାବଙ୍କ ସହ କିଛି ଫଟୋ ଏବଂ ଏକ ଭିଡିଓ ଜାରି କରିଛନ୍ତି। ଅସରୀନ କହିଛନ୍ତି ସେ ସାଦାବଙ୍କ ସହ ରିଲେଶନସିପ୍‌ ରେ ରହିବା ପରେ ଏହି ସମ୍ପର୍କକୁ ସାର୍ବଜନିକ ସ୍ତରରେ ସ୍ୱିକାର କରିବା ପାାଇଁ କହିବା ପରେ ସେ ତାଙ୍କୁ ଧମକ ଦେଇଥିଲେ ଯଦି ଏହି ସମ୍ପର୍କକୁ ତୁମେ ସାର୍ବଜନିକ କର ତେବେ ତୁମର ନ୍ୟୁଡ ଫଟୋ ଏବଂ ଭିଡିଓ ଭାଇରାଲ କରିଦେବି।

https://www.instagram.com/p/BrfmgbrBL_D/?utm_source=ig_web_copy_link

ରିପୋର୍ଟ ଅନୁଯାୟୀ ସାଦାବ ପୂର୍ବରୁ କ୍ରିକେଟର ନଥିଲେ, ଯେଉଁ ପ୍ରକାର ଏହି ସ୍କାଣ୍ଡାଲ୍‌ରେ ଫସିଛନ୍ତି। ଏହାର କିଛି ମାସ ପୂର୍ବରୁ ପାକିସ୍ତାନ ଟିମ୍‌ର ଓପୋନର ଇମାମ ଉଲ ହକଙ୍କ ଉପରେ ମଧ୍ୟ ଏଭଳି କିଛି ଅଭିଯୋଗ ଲାଗିଥିଲା। ଇମାମ ଝିଅମାନଙ୍କ ସହ କରିଥିବା ଚ୍ୟାଟିଂ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ସାଦାବ ଖାନଙ୍କ ଉପରେ ଏଭଳି ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.