ଲତା ମଙ୍ଗେଶକର ଓ ଆଶା ଭୋସଲେଙ୍କ ପିଲାବେଳର ଫଟୋ ଶେୟାର କଲେ ବିଗ୍ ବି ଅମିତାଭ ବଚ୍ଚନ, ଫ୍ୟାନ୍ କହିଲେ ଏମିତି କଥା
ଅମିତାଭ ବଚ୍ଚନ ଟୁଇଟରରେ ଲତା ମଙ୍ଗେଶକର ଓ ଆଶା ଭୋସଲେଙ୍କ ଏକ ପିଲାବେଳର ଫଟୋ ଶେୟାର କରିଛନ୍ତି। ଫଟୋ ଶେୟାର କରିବାର ମାତ୍ର ୧ ମିନିଟ୍ ଭିତରେ ଏହାକୁ ୨୦୦୦ରୁ ଅଧିକ ଲାଇକ୍ ମିଳିସାରିଛି।
T 3438 – लता जी , और आशा जी के बचपन का चित्र !
आज लता जी के Tweet में पढ़ा कैसे उन्होंने अपने गरुओं को याद किया , और अचानक ये चित्र मुझे मिल गया ! telepathy !! pic.twitter.com/8YLcIPjHRR
— Amitabh Bachchan (@SrBachchan) February 11, 2020
ବିଗ୍ ବି ଏହି ଫଟୋ ଶେୟାର କରି କ୍ୟାପସନ ଲେଖିଛନ୍ତି, ‘ଲତା ଜୀ ଓ ଆଶା ଜୀଙ୍କ ପିଲାବେଳର ଫଟୋ। ମୁଁ ପଢ଼ିଥିଲି କି ଲତା ଜୀ ନିଜ ଗୁରୁମାନଙ୍କୁ ମନେ ପକାଉଛନ୍ତି ଏବଂ ହଠାତ୍ ମୋତେ ଏହି ଫଟୋ ମିଳିଗଲା। ଟେଲିପ୍ୟାଥି’!! ଫଟୋର ବାମପାର୍ଶ୍ୱରେ ଲତା ଜୀ ଶାର୍ଟ ଏବଂ ସ୍କର୍ଟ ପିନ୍ଧି ଛିଡ଼ାହୋଇଥିବାର ଦେଖିବାକୁ ମିଳୁଛି। ସେ ଦୁଇପଟେ କେଶ ବାନ୍ଧିଛନ୍ତି। ସେଠି ଡାହାଣ ପାର୍ଶ୍ୱରେ ଆଶା ଜୀ ଫ୍ରକ୍ରେ ନଜର ଆସୁଛନ୍ତି ଏବଂ ତାଙ୍କ କେଶ ଛୋଟ ଅଛି।
ଏହି ଫଟୋ ଫ୍ୟାନ୍ମାନଙ୍କୁ ବେଶ୍ ପସନ୍ଦ ଆସିଛି। ଜଣେ ଫ୍ୟାନ୍ ଲେଖିଛନ୍ତି, ‘ବହୁତ ସ୍ୱୀଟ୍, କ୍ୟୁଟ୍ ଆଉ ସୁନ୍ଦର ଫଟୋ’। ଆଉ ଜଣେ ଲେଖିଥିଲେ, ‘ବଢ଼ିଆ ସାର୍, ଆପଣଙ୍କର ଏବଂ ଲତା ଜୀଙ୍କର ସୁସ୍ଥ ଜୀବନ କାମନା କରୁଛି’।
Aaj mere pita samaan kavi Pandit Narendra Sharma ji aur mere aadhyatmik guru ji Pandit Jammu Maharaj ji in dono ki punyatithi hai. Maine unse jeevan mein babut kuch sikha hai. Main in dono mahan vibhutiyon ko koti koti pranam karti hun. https://t.co/v6KHxRAxXt
— Lata Mangeshkar (@mangeshkarlata) February 11, 2020
ଗୁରୁଙ୍କୁ ମନେ ପକାଇଥିଲେ ଲତା
ଏହାପୂର୍ବରୁ ଲତା ଏକ ଟୁଇଟ୍ କରିଥିଲେ। ସେ ଲେଖିଥିଲେ ଯେ ‘ଆଜି ମୋ ବାପା ସମାନ କବି ପଣ୍ଡିତ ନରେନ୍ଦ୍ର ଶର୍ମା ଏବଂ ମୋ ଆଧ୍ୟାତ୍ମିକ ଗୁରୁଜୀ ପଣ୍ଡିତ ଜମ୍ମୁ ମହାରାଜ ଜୀଙ୍କ ପୁଣ୍ୟତିଥି। ମୁଁ ସେମାନଙ୍କ ଜୀବନରୁ ବହୁତ କିଛି ଶିଖିଛି। ଏହି ଦୁଇ ମହାନ୍ ବିଭୂତିଙ୍କୁ ମୁଁ କୋଟି କୋଟି ପ୍ରଣାମ କରୁଛି’।