ଲକ୍ଷ୍ନୌ କୋର୍ଟ ପରିସରରେ ବୋମା ବିସ୍ଫୋରଣ, ଦୁଇ ଓକିଲ ଆହତ

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଆଜି ସକାଳେ ବୋମା ବିସ୍ଫୋରଣରେ ଥରି ଉଠିଛି। ଏହି ବିସ୍ଫୋରଣ କୋର୍ଟ ମଧ୍ୟରେ ହୋଇଛି। ଲକ୍ଷ୍ନୌ ସ୍ଥିତ ବଜୀରଙ୍ଗଜ କୋର୍ଟରେ ହୋଇଥିବା ଏହି ବିସ୍ଫୋରଣରେ ୨ ଜଣ ଓକିଲ ଆହତ ହୋଇଛନ୍ତି। ଲକ୍ଷ୍ନୌ ବାର୍‌ ଆସୋସିଏସନର ପଦାଧିକାରୀଙ୍କ ଉପରେ ଏହି ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ବିସ୍ଫୋରଣ ପରେ ପୁଲିସ ଘଟଣା ସ୍ଥଳରେ ତିନିଟି ଅଫୁଟା ବୋମା ଜବତ କରିଛି।

ସୂଚନା ମୁତାବକ, ଓକିଲ ସଂଜୀବ ଲୋଧିଙ୍କ ଚାମ୍ବରରେ ପଶି ଏହି ଆକମ୍ରଣ କରାଯାଇଥିଲା। ଏହି ଆକ୍ରମଣର ଅଭିଯୋଗ ଜିତୁ ଯାଦବ ନାମକ ଅନ୍ୟ ଜଣେ ଓକିଲଙ୍କ ଉପରେ ହୋଇଛି। ସଂଜୀବ ଲୋଧି ଆସୋସିଏସନ ବାରର ସଂଯୁକ୍ତ ମନ୍ତ୍ରୀ। ଆକ୍ରମଣ କରିଥିବା ଆରୋପୀ ମଧ୍ୟ ବାର କାଉନସିଲର ଅନ୍ୟ ଜଣେ ସଦସ୍ୟ। ଏହି ବିସ୍ଫୋରଣ ଯୋଗୁଁ କୋର୍ଟରେ ଦୌଡାଦୌଡି କରିଥିଲେ। ପୋଲିସର ଏପରି ଦାୟିତ୍ୱହୀନତାକୁ ନେଇ ମଧ୍ୟ କୋର୍ଟରେ ପ୍ରଶ୍ନ ଉଠିଥିଲା। ବିସ୍ଫୋରଣ ଖବର ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅପରାଧୀକୁ ସନ୍ଧାନ କରୁଛି।

Leave A Reply

Your email address will not be published.