Below header

ଏସବିଆଇ ଗ୍ରାହକ ସାବଧାନ୍! ଭୁଲରେ ମଧ୍ୟ ଖୋଲନ୍ତୁ ନାହିଁ ଏହି ହ୍ବାଟ୍ସଆପ ମେସେଜ୍, ଅଥବା ଚାଲିଯିବ ଲକ୍ଷାଧିକ ଟଙ୍କା

ନୂଆଦିଲ୍ଳୀ : ଦେଶର ସବୁଠାର ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ ଗ୍ରାହକଙ୍କୁ ଠକାମିରୁ ବଞ୍ଚାଇବା ପାଇଁ ସୂଚନା ଜାରି କରିଛି। ଏନେଇ ଏସବିଆଇ ଟ୍ବିଟ କରି ନିଜ ଗ୍ରାହକଙ୍କୁ ହ୍ବାଟ୍ସଆପ ଏବଂ ସୋସିଆଲ ମିଡିଆରେ ଆସୁଥିବା ଫେକ୍ ମେସେଜରୁ ବଞ୍ଚିବାକୁ କହିଛି। ବ୍ୟାଙ୍କ ମୁତାବକ, ସୋସିଆଲ ମିଡିଆରେ ବିଭିନ୍ନ ମେସେଜ୍ ଜରିଆରେ ଲୋକଙ୍କୁ ଫସାଇ ତାଙ୍କ ନିକଟରୁ ସବୁ ବ୍ୟାଙ୍କିଂ ଡିଟେଲ୍ସ ନେଆଯାଉଛି। ଏଣୁ ଏସବିଆଇ ନିଜ ଗ୍ରାହକଙ୍କୁ କୌଣସି ପ୍ରକାରର ହ୍ବାଟ୍ସଆପ ମେସେଜ୍ ବଦଳରେ ଓଟିପି ଦେବାକୁ ମନା କରିଛି।

sbi_now

ଆପ ଜରିଆରେ ହେଉଛି ଫର୍ଡ଼

ଏହି ପ୍ରକ୍ରିୟାରେ ପ୍ରଥମେ ଗ୍ରାହକଙ୍କୁ ଓଟିପି ସହ ଜଡ଼ିତ ସୂଚନା ପ୍ରଦାନ କରାଯାଇଥାଏ। ଗ୍ରାହକଙ୍କର ବିଶ୍ବାସ ଜିତିବା ପରେ ତାଙ୍କୁ ଓଟିପି ଶେୟାର କରିବାକୁ କୁହାଯାଇଥାଏ। ଏପରି ହ୍ବାଟ୍ସଆପ ମେସେଜ୍ ସର୍ବଦା କୌଣସି ଏକ ଲିଙ୍କ ସହ ଆସିଥାଏ। ସେହି ଲିଙ୍କକୁ କ୍ଳିକ୍ କରିବା ଦ୍ବାରା କୌଣସି ଏକ ଆପ ଇନଷ୍ଟଲ ହୋଇଯାଇଥାଏ। ପରେ ସେହି ଆପ ଜରିଆରେ ହ୍ୟାକର୍ସ ଆପଣଙ୍କ ଓଟିପିକୁ ବ୍ୟବହାର କରି ଟଙ୍କା ଚୋରାଇଥାନ୍ତି।

sbi-fraud

ଏସବିଆଇ ତରଫରୁ ଗ୍ରାହକଙ୍କୁ ଆସ୍ବସ୍ତି ଦିଆଯାଇଛି କି, ଆକାଉଣ୍ଟକୁ ଟୁ ଫେକ୍ଟର ଭେରିଫିକେସ ପରେ ହିଁ କିଏ ଆକ୍ସେସ କରିପାରିବେ। ଏଥିସହ ବ୍ୟାଙ୍କ ଗ୍ରାହକଙ୍କୁ ନିଜର କାର୍ଡ, ଆକାଉଣ୍ଟ ଡିଟେଲ୍ସ, ବ୍ୟାଙ୍କ କ୍ରେଡିସିଆଲ୍ସ ଏବଂ ଓଟିପି କାହାକୁ କହିବାକୁ ମନା କରିଛନ୍ତି।

ଏଥିସହ ଏସବିଆଇର ସୂଚନାଅନୁଯାୟୀ, ଯଦି ଆପଣଙ୍କ ଆକାଉଣ୍ଟରେ କୌଣସି ପ୍ରକାରର ଫ୍ରଡ ହେଉଛି ତେବେ ତୁରନ୍ତ ୧୮୦୦-୧୧-୧୧୦୯ ନମ୍ବରରେ କଲ କରି ଗ୍ରାହକ ସେବା ଅଧିକାରୀଙ୍କୁ ସୂଚନା ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.