ବିଜେପି ଉପସଭାପତି ଦାୟିତ୍ୱ ନେବେନି ସୁବାସ ଚୌହ୍ଵାନ, ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଲେଖିଲେ ଚିଠି

ଭୁବନେଶ୍ବର(କେନ୍ୟୁଜ୍) :ବିଜେପି ଉପସଭାପତି ଦାୟିତ୍ୱ ନେବେନି ସୁବାସ ଚୌହ୍ଵାନ । ଏନେଇ ସେ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଚିଠି ଲେଖିଥିବା ହ୍ଵାଟ୍ସଆପ୍ ଦ୍ୱାରା ଜଣାଛନ୍ତି । ଏହା ସହ ସେ ଏଥର କୌଣସି ନିର୍ବାଚନ ଲଢ଼ିବାକୁ ମନା କରିଛନ୍ତି । ସୁବାସ ଚୌହ୍ଵାନ କହିଛନ୍ତି ୨୦୧୪ ଲୋକସଭା ନିର୍ବାଚନ ଲଢି ଓଡ଼ିଶାର ବିଜେପି ପ୍ରାର୍ଥୀ ମାନଙ୍କ ଭିତରେ ସର୍ବାଧିକ ୩ ଲକ୍ଷ ୭୨ ହଜାର ଭୋଟ୍ ଦେଇ ଲୋକ ସମର୍ଥନ କରିଥିଲେ ।

ବିଜେପିକୁ ବରଗଡ଼ବାସୀ ସମର୍ଥନ ଦେବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଟିକେଟ୍ କାଟି ଦିଆଯାଇଛି । ଏହାକୁ ନେଇ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଏହା ପଶ୍ଚିମ ଓଡ଼ିଶାର ଓବିସି ସମାଜ ପାଇଁ ଘୋର ଅପମାନ । ଦଳ ଚାପର ବଶବର୍ତ୍ତୀ ହୋଇ ଉପସଭାପତି ଦାୟିତ୍ୱ ଦେଇଥିଲା । ଏହା ସହ ବିଜେପୁର ବିଧାନସଭା ନିର୍ବାଚନ ଲଢିବା ପାଇଁ ନିର୍ଦ୍ଦେଶ ଦେଇଥିଲା । କିନ୍ତୁ ବିଜେପୁରରେ ମୁଖ୍ୟମନ୍ତ୍ରୀ ଲଢୁଥିବାରୁ ଧର୍ମେନ୍ଦ୍ରଙ୍କ ପରି ବିତ୍ତଶାଳୀ, ଶକ୍ତିଶାଳୀ ଲୋକ ନିର୍ବାଚନ ଲଢିବା ପାଇଁ ପ୍ରସ୍ତାବ ଦେଇଥିଲି । ଏଥିପାଇଁ ଭୟଙ୍କର ଅପମାନ କରାଯାଇ ବିଜେପିରୁ ବାହାରି ଯିବା ପାଇଁ ଧମକ ଦିଆଯାଇଥିଲା ବୋଲି କହିଛନ୍ତି ସୁବାସ ଚୌହ୍ଵାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.