Below header

ରିଲାଏନ୍ସ କମ୍ୟୁନିକେସନର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ଅନୀଲ ଅମ୍ବାନୀ,  ବୁଡ଼ି ରହିଛନ୍ତି ଋଣରେ

କେନ୍ୟୁଜ୍(ବ୍ୟୁରୋ): ଋଣରେ ବୁଡି ରହିଥିବା ରିଲାଏନ୍ସ  କମ୍ପାନୀର ନିର୍ଦ୍ଦେଶକ ଅନୀଲ  ଅମ୍ବାନୀ ଆଜି  ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ଶନିବାର ଦିନ ରିଲାଏନ୍ସ ପକ୍ଷରୁ ରେଗ୍ୟୁଲେଟେରି ଫାଇଲିଂରେ  ସୂଚନା ଦେଇ କୁହାଯାଇଛି ଯେ ଅନିଲ ଅମ୍ବାନୀଙ୍କ ସହିତ ଛାୟା ବିରାନୀ, ରାୟନା କରାନୀ, ମଞ୍ଜରୀ କାକର, ସୁରେଶ ରଙ୍ଗାଚର ମଧ୍ୟ ରିଲାଏନ୍ସ କମ୍ୟୁନିକେସନର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି।

ସିଏଫଓ  ଅକ୍ଟୋବର ମାସରୁ ଇସ୍ତଫା ଦେଇସାରିଛନ୍ତି।

ରିଲାଲନ୍ସ  କମ୍ୟୁନିକେସନ ବିଏସଇକୁ କହିଛି ଯେ ନିର୍ଦ୍ଦେଶକ  ଓ  ସିଏଫଓର ପଦରୁ ଶ୍ରୀମଣିକାନ୍ତନ ଗତ ମାସରେ ଇସ୍ତଫା ଦେଇ ସାରିଛନ୍ତି। ଏଇ ସବୁ ଇସ୍ତଫାଦାତାଙ୍କ  ଇସ୍ତଫାକୁ କମ୍ପାନୀର କମିଟି ଅଫ କ୍ରେଡିଟସର ଆଗରେ ରଖାଯିବ।

ରିଲାଏନ୍ସ କମ୍ୟୁନିକେସନ ଦେବାଳିଆ ପ୍ରକ୍ରିୟାରେ  ରହିଛି।  କମ୍ପାନୀ  ଶୁକ୍ରବାର ଦିନ କହିଛି ଯେ ଜୁଲାଇରୁ ସେପ୍ଟେମ୍ବର  ତିନି ମାସ ମଧ୍ୟରେ ୩୦,୧୪୨ କୋଟି  ଟଙ୍କା ଘାଟା ହୋଇଛି। ଏହା କୌଣସି ଭାରତୀୟ କମ୍ପାନୀର  ତିନି ମାସର ଘଟା ହୋଇନଥିବ। ଏଜିଆର  ମାମଲାରେ  କମ୍ପାନୀକୁ ବକେୟା ରାଶି ୨୮, ୩୧୪ କୋଟି ଟଙ୍କାର ପ୍ରୋଭିଜନିଂ କରିବା କାରଣରୁ  ଏତେ ପରିମାଣର  କ୍ଷତି  ସହିଛି କମ୍ପାନୀ

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.