Below header

ହାତରେ ବନ୍ଧୁକ ଧରି ଟମାଟ କ୍ଷେତ ଓ ଦୋକାନ ଜଗିଲେ ପାକିସ୍ତାନୀ ,ଇଏ ଦରବୃଦ୍ଧିର କମାଲ ନା ଆଉକିଛି ?. . .

ପାକିସ୍ତାନରେ  ବର୍ତ୍ତମାନ ସ୍ଥିତିରେ ଟମାଟର ଦରବୃଦ୍ଧି  ବ୍ୟଥିତ କରୁଛି ଜନସାଧାରଣଙ୍କୁ । କେବଳ  ଟମାଟ ନୁହେଁ ଅନେକ ଅତ୍ୟାବଶ୍ୟକ  ସମାଗ୍ରୀ ମଧ୍ୟ ବୃଦ୍ଧି ପାଇଛି। ଯାହା ନିମ୍ନ ଓ ମଧ୍ୟବିତ ଶ୍ରେଣୀର ଲୋକଙ୍କୁ ବେଶି ପ୍ରଭାବିତ କରୁଛି।  ପନିପରିବା ଭିତରେ ସବୁଠାରୁ ବେଶୀ ଚାହିଦା  ଥିବା ଟମାଟର ଦାମ ଶୁଣିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବେ। ସାଧାରଣ ସେଓ ଠାରୁ ମଧ୍ୟ ଟମାଟର ଦାମ ସେଠାରେ ଉଚ୍ଚା  ରହିଛି। ଯାହା କିଲୋପ୍ରତି ୩୨୦ ଟଙ୍କାରେ ବିକ୍ରୀ  କରାଯାଉଛି। ଏହି ଦରବୃଦ୍ଧି ମଧ୍ୟ ଟମାଟ ଚାଷୀଙ୍କୁ ଆତଙ୍କିତ କରି ରଖିଛି।  ଯେଉଁଥିପାଇଁ ତାଙ୍କ  ଟମାଟ କ୍ଷେତକୁ ଜଗିବା ପାଇଁ  ସୁରକ୍ଷା କର୍ମୀ  ମୁତୟନ  କରାଯାଇଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କ୍ଷେତରୁ କାଳେ ଟମାଟ ଚୋରି ହୋଇଯିବ ଏଥିପାଇଁ  ସୁରକ୍ଷା କର୍ମୀ ମୁତୟନ କରାଯାଉଥିବାର ଜଣା ପଡିଛି।

ଏହାସହ ପଢନ୍ତୁ: ବିକିନି ପିନ୍ଧିଆସ ଆଉ ମାଗଣା ଟାଙ୍କି ଭର୍ତ୍ତି ତେଲ ପାଅ, ଆଉ ତା ପରେ . . .

ପୁଲୱାମରେ ଆତଙ୍କୀ ଆକ୍ରମଣ  ପରେ  ଭାରତର  ଚାଷୀ ପାକିସ୍ତାନକୁ ଟମାଟ ପଠାଇବା ବନ୍ଦ କରିଦେଇଥିଲେ। ଏଣୁ  ସେଠାକାର ଚାଷୀ ଯେଉଁ  ଟମାଟ ଅମଳ କରନ୍ତି  ସେଥିରେ ପାକିସ୍ତାନ ଲୋକେ ବଜରାରୁ ଆଣନ୍ତି। ଅମଳ  ହେଉଥିବା  ଟମାଟ ଲୋକଙ୍କ  ଚାହିଦାକୁ ପୂରଣ କରିପାରୁନଥିବାରୁ ଏହାର ଦାମ ୩୨୦ ଟଙ୍କାରେ ପହଞ୍ଚିଛି। ଦରଦାମ ବୃଦ୍ଧି ଯୋଗୁଁ  କ୍ଷେତରୁ ଟମାଟ ଚୋରି  ହେବାର ଆଶଙ୍କା ରହୁଛି। ତେଣୁ ଚାଷୀଙ୍କ ନିଜ ଖର୍ଚ୍ଚରେ ଜଣେ ଜଣେ ବନ୍ଧୁକଧାରୀଙ୍କୁ କ୍ଷେତ ଜଗିବା ପାଇଁ ମୁତୟନ  କରିଛନ୍ତି। ଏଭଳି କରିବା ପଛର କାରଣ ହେଉଛି ଯେ ଗତ କିଛି ଦିନ ତଳେ ଏକ ଟମାଟ ଭର୍ତ୍ତି ଟ୍ରକ ଲୁଟିବାର ଘଟଣା ସାମ୍ନାକୁ ଆସିବା ପରେ କୃଷକମାନେ ଡରି ଏଭଳି ପଦକ୍ଷେପ  ନେବାକୁ ବାଧ୍ୟ ହୋଇଛନ୍ତି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.