Below header

ଅଗ୍ନି-୨ କ୍ଷେପଣାସ୍ତ୍ରର ଉତ୍‌କ୍ଷେପଣ, ଚାନ୍ଦିପୁର ଅବଦୁଲ କାଲାମ ଦ୍ୱୀପର ୪ ନମ୍ବର ଲଞ୍ଚପ୍ୟାଡରୁ ପରୀକ୍ଷଣ

ଅଗ୍ନି ଦୁଇ କ୍ଷେପଣାସ୍ତ୍ରର ପରୀକ୍ଷଣ । ସଂଧ୍ୟା ୭ଟା ୩୦ରେ ଏହି ପରୀକ୍ଷଣ କରାଯାଇଛି । ବାଲେଶ୍ୱର ଚାନ୍ଦିପୁର ଅବଦୁଲ କାଲାମ ଦ୍ୱୀପର ୪ ନମ୍ବର ଲଞ୍ଚପ୍ୟାଡରୁ ଏହି ପରୀକ୍ଷଣ ହୋଇଛି । ପ୍ରଥମ ଥର ପାଇଁ ସଂଧ୍ୟାରେ ଏହି ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ର ୧ହଜାର କେଜି ଓଜନର ଆଣବିକ ଅସ୍ତ୍ର ବହନ କରିବାର କ୍ଷମତା ରହିଛି । ଏହାର ସାଢ଼େ ୩ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରିବ । ୨୧ ମିଟର ଲମ୍ବ,୧ ମିଟର ବ୍ୟାସାର୍ଦ୍ଧ ଓ ୧୬ ଟନ ଓଜନର ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.