ଶବଗୃହରୁ ପୁଣି ଆଖି ଗାଏବ, ଏସସିବି ମେଡିକାଲ କଲେଜରେ ଏଭଳି ଅଭିଯୋଗ

ଶବଗୃହରୁ ପୁଣି ଆଖି ଗାଏବ । ଏସସିବି ମେଡିକାଲ କଲେଜରେ ଏଭଳି ଅଭିଯୋଗ ଆସିଛି । ମୃତ ବ୍ୟକ୍ତିଙ୍କ ପରିବାରକୁ ନଜଣାଇ ଆଖି କଢ଼ା ଯାଇଥିବା ପରିବାର ଲୋକ । ଗତ ୭ ତାରିଖ ଦିନ ଭଦ୍ରକ ଟାଉନ ଥାନା ଅର୍ନ୍ତଗତ ଆଦିବାସୀ ସାହିର ବୀର ଗାଗରାଇ ପାରିବାରିକ କଳହକୁ ନେଇ ବିଷ ପିଇ ଦେଇଥିଲେ । ପ୍ରଥମେ ଭଦ୍ରକ ମେଡିକାଲ ଓ ପରେ ଏସସିବିରେ ଭର୍ତ୍ତି କରାଯାଇଥିଲା । ୧୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ବ୍ୟବଛେଦ ପାଇଁ ତାଙ୍କ ସ୍ତ୍ରୀଙ୍କ ଠାରୁ ଦସ୍ତଖତ ନେଇଥିଲେ । ପରେ ଶବ ହସ୍ତାନ୍ତର କରାଯାଇଥିଲା । ହେଲେ ଘରକୁ ନେବା ପରେ ଦେଖିଥିଲେ ମୃତକଙ୍କ ଆଖି ନାହିଁ । ପରେ ଭଦ୍ରକ ଏସପିଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ ଆଣିଛନ୍ତି । ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଏସପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.