ପାକିସ୍ତାନ କଲା ଭାରତକୁ ଏପରି ସାହାଯ୍ୟ, ଯେଉଁଥିପାଇଁ ଛୁଟୁଛି ପ୍ରଶଂସାର ସୁଅ

ପାକିସ୍ତାନ ନଗର ବିମାନ ପ୍ରାଧିକରଣର ଏକ ଉଡ଼ାଜାହାଜ ଯାତାୟାତ ନିୟନ୍ତ୍ରକ ଭାରତୀୟ ବିମାନର ପାଇଲଟଙ୍କ ଠାରୁ ଜରୁରୀ ସନ୍ଦେଶ ମିଳିବା ପରେ ବିମାନକୁ ଦୁର୍ଘଟଣାଗ୍ରସ୍ତ ହେବାରୁ ବଞ୍ଚିଛନ୍ତି। ଜୟପୁରରୁ ଓମାନର ରାଜଧାନୀ ମସ୍କତ ଯାଉଥିବା ବିମାନକୁ ପାଇଲଟ ଖରାପ ମୌସମ କାରଣରୁ ସନ୍ଦେଶ ଜାରି କରିଥିଲେ।

ସୂଚନା ଅନୁଯାୟୀ ଦକ୍ଷିଣୀ ସିନ୍ଧ ପ୍ରାନ୍ତରେ ମୌସମ ଖରାପ ଥିବା ହେତୁ ଏପରି ପରିସ୍ଥିତି ହୋଇଥିଲା।ଏହି ବିମାନରେ ପ୍ରାୟ ୧୫୦ ଜଣ ଯାତ୍ରୀ ରହିଥିଲେ। ବିମାନଟି ଗୁରୁବାରକୁ କରାଚୀରୁ ବାହାରିବା ସମୟରେ ହଠାତ ଆକାଶରେ ବଜ୍ରପାତ ହୋଇଥିଲା ଯାହାଦ୍ୱାରା ବିମାନଟି ୩୬୦୦୦ ଫୁଟରୁ ୩୪୦୦୦ ଫୁଟକୁ ଖସି ପଡିଥିଲା। ଏହାଦେଖି ତୁରନ୍ତ ପାଇଲଟ ଜରୁରୀ କାଳୀନ ପ୍ରଟୋକଲ ଜାରି କରିଥିଲେ ଏବଂ ନିକଟସ୍ଥ ସମସ୍ତ ଷ୍ଟେସନକୁ ବିପଦ ସଂକେତ ପଠାଇଥିଲେ। ପାଇଲଟର ଚେତାବନୀ ପରେ ପାକିସ୍ତାନର ବିମାନ ନିୟନ୍ତ୍ରକ ତୁରନ୍ତ ପ୍ରତିକ୍ରିୟା ଦେଇଥିଲେ ଏବଂ ଆକାଶପଥରେ ନିଜର ଟ୍ରାଫିକ ଥିବା ସତ୍ତ୍ୱେ ପାକିସ୍ତାନୀ ଏୟାରସ୍ପେସ ଭାରତୀୟ ବିମାନକୁ ଅବଶେଷ ଯାତ୍ରା ପାଇଁ ରାସ୍ତା ଦେଖାଇଥିଲେ।

Lightning fell on the Indian aircraft in the sky, the pilot issued an alert and there was a Pakistani airport nearby ...

ଏହାସହ ପଢନ୍ତୁ ଚଳନ୍ତା ବାଇକ୍‌ ଉପରକୁ ଡେଇଁଲା ଚିତା, ଦେଖିଲେ ଥରିଉଠିବ ଦେହ

ପ୍ରାୟ ପାଞ୍ଚମାସର ପ୍ରତିବନ୍ଧ ପରେ ଚଳିତ ବର୍ଷ ଜୁଲାଇ ୧୬ ତାରିଖରେ ପାକିସ୍ତାନ ନିଜର ଵାୟୁସୀମାକୁ ଭାରତ ପାଇଁ ଖୋଲି ଦେଇଥିଲା। କାରଣ ଵାଲାକୋଟ ଆକ୍ରମଣ ପରେ ଫେବୃଆରୀ ୨୬ ତାରିଖରେ ପାକିସ୍ତାନ ଭାରତ ପାଇଁ ଆକାଶପଥ ବନ୍ଦ କରି ରଖିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.