ମା ନେଉଥିଲେ ଓକିଲାତିର ଶପଥ, ଜଜ୍ ସମ୍ଭାଳିଲେ ଛୁଆକୁ, ଦେଖନ୍ତୁ ଭଡିଓ

କେନ୍ୟୁଜ୍(ବ୍ୟୁରୋ): ସୋସିଆଲ ମିଡିଆରେ ଏକ ଏମିତି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓଟିରୁ ଜଣା ପଡୁଛି ଯେ ଜଣେ ମହିଳା ଓକିଲ ହେବାପାଇଁ ଶପଥ ନେଉଥିଲେ। ହେଲେ ତାଙ୍କ ଛୁଆକୁ ଜଜ୍ ମହୋଦୟ ନିଜେ କୋଳରେ ଧରିଥିବାର ଭିଡିଓଟିରେ ଦେଖିବାକୁ ମିଲିଛି। ଛୁଆକୁ ଧରି ଜଜ୍ ମହୋଦୟ ସେହି ମହିଳାଙ୍କର ଶପଥ ପାଠ କରାଉଛନ୍ତି। ଟ୍ବିଟରରେ ଏହି ଭିଡିଓଟିକୁ ଅଦ୍ଭୁତ ପୂର୍ବ ସେୟାର କରିଛନ୍ତି ଲୋକେ ।
ଏହି ଭିଡିଓଟି ଆମେରିକାର ଟେନେସି ଅଞ୍ଚଳର ବୋଲି ଜଣା ପଡିଛି। ସେଠାରେ ରହୁଥିବା ଜୁଲିୟାନା ଲେମାର ଏବେ ଏବେ ନିଜର ଓକିଲାତି ପଢା ପୂରା କରିଛନ୍ତି। ଏହାପରେ ଓକିଲ ହେବାପାଇଁ ଜୁଲିୟାନାଙ୍କୁ ଜଜଙ୍କ ତରଫରୁ ଶପଥ ପାଠ ଦିଆଯିବାକୁ ଥିଲା।
Y’all. Judge Dinkins of the Tennessee Court of Appeals swore in my law school colleague with her baby on his hip, and I’ve honestly never loved him more. pic.twitter.com/kn0L5DakHO
— Sarah Martin (@sarahfor5) November 9, 2019
ଶପଥପାଠ ପାଇଁ ଜୁଲିୟାନା କୋର୍ଟ ପରିସରରେ ପହଞ୍ଚିଥିଲେ। ଜୁଲିୟାନା ଶପଥ ନେବା ବେଳେ ତାଙ୍କ ସାଥିରେ ଥିଲା ତାଙ୍କ ୧ ବର୍ଷର ସନ୍ତାନ। ଶପଥ ପାଠ ପାଇଁ ଜୁଲିୟାନା ତାଙ୍କ ସିଟରୁ ଉଠି ଜଜଙ୍କ ସାମ୍ନାକୁ ଯାଇଥିଲେ। ସେତେବେଳେ ଜୁଲିୟାନଙ୍କ ଛୁଆକୁ ସାଙ୍ଗରେ ଆଣିବାକୁ ଜଜ୍ କହିଥିଲେ। ଏହାପରେ ଜଜ୍ ଗୋଟିଏ ହାତରେ ଜୁଲିୟାନଙ୍କ ଶପଥପାଠର କାଗଜ ଧରିଥିବା ବେଳେ ଆଉ ଗୋଟିଏ ହାତରେ ଜୁଲିୟାନାଙ୍କ ଶିଶୁକୁ ଧରିଥିଲେ। ଏହି ଭିଡିଓଟିକୁ ଜୁଲିୟାନାଙ୍କ ସହପାଠୀ ଟ୍ବିଟରେ ସେୟାର କରିଥିଲେ।