Below header

ପୁରୁଷଙ୍କ ତୁଳନାରେ ମହିଳାମାନେ କାହିଁକି ଅଧିକ କଥା କୁହନ୍ତି ?

ଏକଥା ସମସ୍ତଙ୍କୁ ଜଣା ଯେ ମହିଳାମାନେ ଟିକେ ଅଧିକ କଥା କୁହନ୍ତି । ଅର୍ଥାତ୍‌ ସେମାନେ ଗପିବାକୁ ଭଲ ପାଆନ୍ତି । ହେଲେ ସେମାନେ କେତେ କଥା କୁହନ୍ତି ସେ ବିଷୟରେ ସମସ୍ତଙ୍କୁ ଜଣା ନଥିବ । ଏକ ସର୍ଭେ ଅନୁସାରେ ମହିଳାମାନେ ଦିନକୁ ପ୍ରାୟ ୨୦ ହଜାର ଶବ୍ଦ କହିଥାନ୍ତି । ଯାହା ପୁରୁଷଙ୍କ ଠାରୁ ଢେର ଅଧିକ । ପୁରୁଷମାନେ ଦିନକୁ ମାତ୍ର ୭ ହଜାର ଶବ୍ଦ କହୁଥିବା ବେଳେ ମହିଳାମାନେ ତାଙ୍କ ଠାରୁ ପ୍ରାୟ ୧୩ ହଜାର ଅଧିକ ଶବ୍ଦ କହିଥାନ୍ତି ।
ବୈଜ୍ଞାନିକମାନେ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ ମହିଳାଙ୍କ ମସ୍ତିଷ୍କରେ ଅଧିକ ମାତ୍ରାରେ ଏଫଓଏକ୍ସପି-୨ ପ୍ରୋଟିନ୍‌ ରହିଥାଏ । ବୈଜ୍ଞାନିକମାନେ ମଣିଷ ସମେତ ମୂଷା ଉପରେ ମଧ୍ୟ ଏହି ପରୀକ୍ଷା ନିରୀକ୍ଷା କରିଥିଲେ । ତେବେ ଜଣାପଡ଼ିଲା ଯେ ପୁରୁଷ ମୂଷା ମହିଳା ମୂଷା ଠାରୁ ଅଧିକ ଚୁଁ ଚାଁ କରନ୍ତି ।
ତେବେ ଅଧିକ କଥା କହିବା ଯୋଗୁଁ ପୁରୁଷମାନଙ୍କ ଠାରୁ ଅଧିକ ବନ୍ଧୁ ସୃଷ୍ଟି କରିଥାନ୍ତି ମହିଳାମାନେ । ଖୁବ୍‌ କମ୍‌ ସମୟ ମଧ୍ୟରେ ଏମାନେ ଲୋକଙ୍କ ସହ ବନ୍ଧୁତା କରି ପାରିଥାନ୍ତି । ଆହୁରି ମଧ୍ୟ ଅନ୍ୟ ବ୍ୟକ୍ତି ସହ ସମ୍ପର୍କ ବେଳେ ପୁରୁଷଙ୍କ କଥା କହିବା ହାର କମି ଯାଉଥିବା ବେଳେ ମହିଳାଙ୍କର ଆହୁରି ଦୁଇ ଗୁଣ ହୋଇଯାଏ । ଗୋଟିଏ ଗ୍ରୁପ୍‌ରେ ମହିଳାମାନେ ବହୁତ ବେଶି କଥା କହିଥାନ୍ତି । ତେବେ ମୋଟାମୋଟି ଭାବେ ଦେଖିଲେ ପରିସ୍ଥିତି ଅନୁସାରେ ପୁରୁଷ ଓ ମହିଳାମାନେ ଅଧିକ କଥା କହିଥାନ୍ତି ।

ପୁରୁଷମାନେ କେବଳ ନିଜ କାମ ପାଇଁ କଥାବାର୍ତ୍ତା କରନ୍ତି । ଯେତେବେଳେ କି ମହିଳାମାନେ ଅଧିକ ଭାବପ୍ରବଣ ହୋଇଥିବାରୁ ବିଭିନ୍ନ ପ୍ରକାର ଆଲୋଚନା କରିଥାନ୍ତି ।
ତେବେ ବର୍ତ୍ତମାନ ସମସ୍ତଙ୍କ ପ୍ରିୟ ହୋଇଥିବା ସୋସିଆଲ ମିଡିଆରେ ମଧ୍ୟ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଭାବେ ଯୋଡ଼ି ହୋଇ ରହିଛନ୍ତି । ସେମାନେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । କୌଣସି ଏକ ଘଟଣାରେ ସେମାନେ ଦୁଃଖୀ ଲୋକଙ୍କୁ ଅଧିକ ସପୋର୍ଟ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.