Below header

ବିମାନରେ ଚାଲିଗଲା ୪ ମାସର ଶିଶୁର ଜୀବନ, ଜାଣିପାରିଲେନି ପରିବାର ଲୋକେ

ମଝି ଆକାଶରେ ଚାଲିଗଲା ଏକ ଚାରି ମାସର ଶିଶୁର ଜୀବନ। ବିମାନରେ ଯାତ୍ରା କରୁଥିବା ବେଳେ କଅଁଳ ଶିଶୁଟି ପ୍ରାଣ ହରାଇଛି। ଶୁକ୍ରବାର ଗୁଜରାଟର ସୁରଟରୁ ମୁମ୍ବାଇ ଯାଉଥିବା ସ୍ପାଇସ୍‌ଜେଟ୍‌ରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମଧ୍ୟ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡ଼ିନାହିଁ।

ମୃତ ଶିଶୁ କନ୍ୟାର ନାମ ରିୟା ବୋଲି କୁହାଯାଉଛି। ସେ ମା’ ପ୍ରୀତି ଜିନ୍ଦଲ ଓ ଦାଦା ଦାଦିଙ୍କ ସହ ଯାଉଥିଲା। ବିମାନରେ ହିଁ ରିୟା ବେହୋସ୍‌ ହୋଇଯାଇଥିଲା। କିନ୍ତୁ ଏ ବିଷୟରେ ପରିବାର ଲୋକେ ଜାଣିପାରିନଥିଲେ। ଏୟାରପୋର୍ଟ କର୍ମଚାରୀଙ୍କ କହିବାନୁସାରେ, ବିମାନରୁ ଓହ୍ଲାଇବା ପରେ ଉଭୟ ମା’ ଓ ଝିଅକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସିପିଆର୍‌ (ମୁହଁ ପଟେ ନିଃଶ୍ୱାସ ଦେବା ପ୍ରକ୍ରିୟା)ପରେ ମଧ୍ୟ ଶିଶୁଟି ପ୍ରତିକ୍ରିୟା ପ୍ରକାଶ କରିନଥିଲା। ପରେ ତାକୁ ନାନାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶିଶୁକୁ ମୃତ ଘୋଷିତ କରାଯାଇଥିଲା।

ଏହାସହ ପଢ଼ନ୍ତୁ: ସିଂହ ସହ ସେଲ୍‌ଫି ନେବା ନିଶାରେ ଜୀବନକୁ ବାଜିରେ ଲଗାଇଲେ ଏହି ବ୍ୟକ୍ତି, ଦେଖନ୍ତୁ ସମ୍ପୂର୍ଣ୍ଣ ଦୃଶ୍ୟ

ଶିଶୁର ମା’ ତାକୁ ସକାଳ ସାଢ଼େ ୫ଟାରେ ଶେଷ ଥର ପାଇଁ କ୍ଷୀର ପିଆଇଥିଲେ। ତା’ ପରେ ସେ ଶୋଇଯାଇଥିଲା। ବିମାନରୁ ଓହ୍ଲାଇବା ପରେ ମଧ୍ୟ ଶିଶୁର କୌଣସି ପ୍ରତିକ୍ରିୟା ପ୍ରକାଶ ନ ପାଇବାରୁ ପରିବାର ଲୋକେ ସନ୍ଦେହ କରି ଏମରଜେନ୍ସିରେ ତାକୁ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷିତ କରିଥିଲେ। ତେବେ ଦୁର୍ଘଟଣାବଶତଃ ଶିଶୁଟିର ମୃତ୍ୟୁ ହୋଇଥିବା ନେଇ ମାମଲା ରୁଜୁ ହୋଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.