Below header

ଆପଣ ମଧ୍ୟ କରିପାରିବେ ଲୋକସେବା ଆୟୋଗରେ ଚାକିରି, ଜଲଦି କରନ୍ତୁ ଆବେଦନ

ଆପଣ ଯଦି ଲୋକସେବା ଆୟୋଗରେ କାମ କରିବାକୁ ଚାହୁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଛତିଶଗଡ ରାୟପୁରରେ ଇନସୁରାନ୍ସ ମେଡିକାଲ ଅଫିସର ପଦବୀ ଖାଲି ପଡିଛି। ଯେଉଁମାନେ ଏହି ପଦବୀ ପାଇଁ ଇଚ୍ଛୁକ ରହିଛନ୍ତି, ତେବେ ଆଜି ହିଁ କରନ୍ତୁ ଆବେଦନ। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଏହି େଓ୍ଵବସାଇଟକୁ ଯାଇ ଜଲଦି ଆବେଦନ କରନ୍ତୁ।

ଶିକ୍ଷାଗତ ଯୋଗ୍ୟତା :

ଯୋଗ୍ୟ ପ୍ରାର୍ଥୀଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ସଂସ୍ଥାରୁ ଏମବିବିଏସ ଡିଗ୍ରୀରେ ଉର୍ତ୍ତୀଣ୍ଡ ହେବା ସହିତ ଭାରତୀୟ ଚିକିତ୍ସା ପରିଷଦରେ ରେଜିଷ୍ଟ୍ରେସନ ହୋଇଥିବା ଆବଶ୍ୟକ।

ବୟସ : ଆବେଦକଙ୍କ ବୟସ ସୀମା ଛତିଶଗଡ ଲୋକ ସେବା ଆୟୋଗ ନିୟମନୁସାରେ ନିର୍ଦ୍ଧାରିତ ହୋଇଛି।

govt job

ପଦବୀ ନାମ : ବୀମା ଚିକିତ୍ସା ପଦାଧିକାରୀ (୫୨)

ଗୁରୁତ୍ୱପୂର୍ଣ୍ଣ ତାରିଖ : ଆବେଦନ କରିବା ୯ ତାରିଖ ଥିବା ବେଳେ ଶେଷ ତାରିଖ ଆଜି ରାତି ୧୨ଟା ଯାଏଁ ରହିଛି।

ଆବେଦନ କିପରି କରିବେ :

ଇଚ୍ଚୁକ ପ୍ରାର୍ଥୀ ଅନଲାଇନ ଜରିଆରେ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟକୁ ଯାଇ ଅଧିସୂଚନା ପଢି ଏହାର ନିର୍ଦ୍ଦେଶକୁ ପାଳନ କରନ୍ତୁ।

ଚୟନ ପ୍ରକ୍ରିୟା : ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ଆଧାରରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.