SBI ରେ SCO ପଦବୀ ଖାଲି, ଗ୍ରାଜୁଏସନ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଏଠାରେ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ପଦବୀରେ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଏସବିଆଇର ଅଫିସିଆଲ ୱେବସାଇଟ୍‌ sbi.co.in କୁ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଏଥିପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଉ ଆବେଦନ କରିବାର ଶେଷ ତାରିଖ ୧୨ ଡିସେମ୍ବର ୨୦୨୨ ରହିଛି।

ପଦବୀ ବିବରଣୀ : ୬୫

ମ୍ୟାନେଜର : ୬୪
ସର୍କଲ ଆଡଭାଇଜର : ୧

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୧୨ ଡିସେମ୍ବର ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା : କୌଣସି ସରକାରୀ ୟୁନିଭରସିଟିରୁ ଗ୍ରାଜୁଏସନ କରିଥିବା ଜରୁରୀ। ଏହାସହିତ ଏମବିଏ କରିଥିଲେ ମଧ୍ୟ ଚଳିବ।

ବୟସ ସୀମା :ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୨୫ ବର୍ଷରୁ ୨୮ ବର୍ଷ ହେବା ଜରୁରୀ। ସେହିପରି ସର୍କଲ ଆଡଭାଇଜର ପଦବୀ ପାଇଁ ସର୍ବନିମ୍ନ ୩୫ ବର୍ଷ ଏବଂ ସର୍ବାଧିକ ୬୨ ବର୍ଷ ହେବା ଜରୁରୀ।

ଦରମା : ଚୟନ ହେବା ପ୍ରାର୍ଥୀଙ୍କୁ ମାସିକ ୬୩,୮୪୦ ଟଙ୍କା ମିଳିବ।

ଚୟନ ପ୍ରକ୍ରିୟା :

ପ୍ରାର୍ଥୀଙ୍କ ଚୟନ ସର୍ଟଲିଷ୍ଟ ଏବଂ ଇଣ୍ଟରସେକ୍ସନ ଆଧାରରେ ହେବ। ଏହି ପଦବୀ ପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ। କିଛି ପଦବୀ ପାଇଁ ୧୦୦ ମାର୍କର ଇଣ୍ଟରଭ୍ୟୁ ଦେବାକୁ ପଡିବ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ/ଓବିସି/EWS ପ୍ରାର୍ଥୀଙ୍କୁ ୭୫୦ ଟଙ୍କା ଦେବାକୁ ପଡିବ। ସେହିପରି ଅନୁସୂଚିତ ଜାତି/ ଜନଜାତି/PWD ପ୍ରାର୍ଥୀ ନିଶୁଳ୍କ ଆବେଦନ କରିପାରିବେ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://bank.sbi/documents/77530/25386736/211122-CRPD-SCO_2022-23%2826%29+Circle+Advisor%28CAPF%29.pdf/c2076946-91e5-a532-da71-9a55b4db7df5?t=1669028308783

https://bank.sbi/documents/77530/25386736/211122-ADV_RAW_NEW_FINAL_1.pdf/3b0aef3d-05dd-e10c-2c02-a6599cb5d79f?t=1669028562758