Below header

ଆର୍ମି ପବ୍ଲିକ୍‌ ସ୍କୁଲରେ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଖାଲି ରହିଛି ୮ ହଜାର ପଦବୀ, ଆଜି ହିଁ କରନ୍ତୁ ଆବେଦନ

ଆପଣ ଯଦି ଶିକ୍ଷକ ହେବା ପାଇଁ ଚାହୁଁଛନ୍ତି ତେବେ ଆର୍ମି ପବ୍ଲିକ୍‌ ସ୍କୁଲ ଆପଣଙ୍କ ପାଇଁ ଆଣିଛି ସୁବର୍ଣ୍ଣ ସୁଯୋଗ। ଦେଶରେ ସମୁଦାୟ ୧୩୭ଟି ଆର୍ମି ପବ୍ଲିକ୍‌ ସ୍କୁଲରେ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ପାଖାପାଖି ଆଠ ହଜାର ପଦବୀ ଖାଲି ରହିଛି। ବର୍ତ୍ତମାନ ଆପଣ ଏହି ସ୍କୁଲରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଏଥିପାଇଁ ବର୍ତ୍ତମାନ ଆବେଦନ ପକ୍ରିୟା ଆରମ୍ଭ ହୋଇସାରିଛି।

ମହତ୍ୱପୂର୍ଣ୍ଣ ତାରିଖ:

ଆବେଦନ କରିବା ତାରିଖ- ୧ ସେପ୍ଟେମ୍ବର ୨୦୧୯

ଆବେଦନ କରିବାର ଶେଷ ତାରିଖ- ୨୨ ସେପ୍ଟେମ୍ବର ୨୦୧୯

ଅନଲାଇନ୍‌ ଆଡମିଟ୍‌ କାର୍ଡ ଜାରି ହେବା ତାରିଖ- ୪ ଅକ୍ଟୋବର ୨୦୧୯

ପରୀକ୍ଷା ତାରିଖ- ୧୯ ଏବଂ ୨୦ ଅକ୍ଟୋବର ୨୦୧୯

ରେଜଲ୍ଟ ଜାରି ହେବା ତାରିଖ- ୩୦ ଅକ୍ଟୋବର ୨୦୧୯

ଆର୍ମି ପବ୍ଲିକ ସ୍କୁଲରେ ଶିକ୍ଷକମାନଙ୍କର ଭିନ୍ନ ଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ କରାଯାଇଛି।

ପିଜିଟି- ୫୦% ମାର୍କ ସହ ପୋଷ୍ଟ ଗ୍ରାଜୁଏଟ୍‌ ଏବଂ ବିଏଡ୍‌ କରିଥିବା ଆବଶ୍ୟକ।

ଟିଜିଟି- ୫୦% ମାର୍କ ସହ ଗ୍ରାଜୁଏସନ ଏବଂ ବିଏଡ୍‌।

ପିଆରଟି-୫୦% ମାର୍କ ସହ ଗ୍ରାଜୁଏସନ ଏବଂ ବିଏଡ/ ଦୁଇ ବର୍ଷ ଡିପ୍ଲମା କରିଥିବା ଆବଶ୍ୟକ।

teacherବୟସ ସୀମା:

ଫ୍ରେସର୍‌ଙ୍କ ପାଇଁ ବୟସ ସୀମା ଅଧିକତମ ବୟସ ସୀମା- ୪୦ ବର୍ଷ।

ଅଭିଜ୍ଞତା ଥିବା ପାର୍ଥୀଙ୍କ ପାଇଁ ବୟସ ସୀମା- ୫୭ ବର୍ଷ ସ୍ଥିର କରାଯାଇଛି।

ଆବେଦନ ପକ୍ରିୟା:

ଇଛୁକ ଏବଂ ଯୋଗ୍ୟ ପାର୍ଥୀମାନେ ୨୨ ସେପ୍ଟେମ୍ବର ୨୦୧୯ ସଂଧ୍ୟା ପଯ୍ୟର୍ନ୍ତ କିମ୍ବା ତା ପୂର୍ବରୁ ଆର୍ମି ୱେଲଫେୟର ଏଜୁକେସନ ସୋସାଇଟିର ଅଧିକାରିକ ସାଇଟ୍‌ ଜରିଆରେ ଶିକ୍ଷକ ପଦବୀ ପାଇଁ ଆବେଦନ କରିପାରିବେ।

ଆବେଦନ ଶୁଳ୍କ- ୫୦୦ ଟଙ୍କା।

ଏହାସହ ପଢନ୍ତୁ: UPSC ଜାରି କଲା ଖାଲି ପଡିଥିବା ପଦବୀକୁ ନେଇ ପରୀକ୍ଷା ତାରିଖ

ଚୟନ ପକ୍ରିୟା:

ଆଶାୟୀପାର୍ଥୀମାନଙ୍କୁ ଅନଲାଇନ୍‌ ସ୍କ୍ରିନିଂଗ ଟେଷ୍ଟ, ସାକ୍ଷାତକାର ଏବଂ ଶିକ୍ଷଣୀୟ କୌଶଳ ମୂଲ୍ୟାଙ୍କନ ଆଧାରରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.