ପାଇପ ଯୋଗେ ପାନୀୟ ଜଳ ଯୋଗାଣ କର୍ମଶାଳା, ଯୋଗ ଦେଲେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ
ପୁରୀ(କେନ୍ୟୁଜ୍): ଓଡ଼ିଶାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। ଭାରତର ପୂର୍ବାଞ୍ଚଳରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନେଇ ଏକ କର୍ମଶାଳାରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ୨୦୨୪ ସୁଦ୍ଧା ଦେଶର ଗ୍ରାମାଞ୍ଚଳର ପ୍ରତ୍ୟେକ ଘରକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। ଏନେଇ ତିନି ଲକ୍ଷ ୬୦ହଜାର କୋଟି ବିନିମୟରେ ଚଉଦ କୋଟି ୬୦ଲକ୍ଷ ପରିବାରକୁ ଏହି ସୁବିଧା ଯୋଗାଇ ଦିଆଯିବ। ପୁରୀରେ ଅନୁଷ୍ଠିତ ଦୁଇଦିନିଆ କର୍ମଶାଳାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା ଅଧ୍ୟକ୍ଷତା କରିଛନ୍ତି। ରାଜ୍ୟର ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଗ୍ରାମାଞ୍ଚଳ ଜନପ୍ରତିନିଧି ଏବଂ ବିଭିନ୍ନ ଷ୍ଟେକ ହୋଲ୍ଡର ଯୋଗଦାନ କରିଛନ୍ତି।