ପେଟ, ହୃଦୟ ଏବଂ ତ୍ୱଚା ପାଇଁ ଅବ୍ୟର୍ଥ ଔଷଧ ଛଚିନ୍ଦ୍ରା, ଥରେ ଆପଣେଇ ଦେଖନ୍ତୁ
ଛଚିନ୍ଦ୍ରା ଏକ ପରିବା ଅଟେ। ଏହାକୁ ଇଂରାଜୀରେ ସ୍ନେକ ଗାର୍ଡ କୁହାଯାଏ। ଏହା ପାଣି ଏବଂ ଫାଇବରର ଏକ ଭଲ ସ୍ତୋତ୍ର ଅଟେ। ଏଥିରେ ଭିଟାମିନ ଏ,ବି, ସି ଏବଂ ଅନେକ ମିନେରାଲ୍ସ ପ୍ରଚୁର ମାତ୍ରାରେ ରହିଥାଏ। ଲମ୍ବା ଆକାର ଥିବା ଏହି ପରିବା ଲିଭରକୁ ସଫା କରିବା ସହିତ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ। ଏହାସହିତ ବ୍ଲଡପ୍ରେସର ନିୟନ୍ତ୍ରଣ କରି ହୃଦ ରୋଗର ଭୟକୁ କମ୍ କରିଥାଏ। ଆସନ୍ତୁ ଜାଣିବା ଏହାର ଅନ୍ୟ ଫାଇଦା ବିଷୟରେ।
-ଏହା ଶରୀରରେ ପାଣିର ଅଭାବକୁ ପୂରା କରି ତ୍ୱଚାର ଶୁଷ୍କତା ଏବଂ ଡିହାଇଡ୍ରେସନ ସମସ୍ୟାରୁ ରକ୍ଷା କରିଥାଏ।
-ଏହା କବ୍ଜ, ଅନ୍ତ ସମସ୍ୟା ଦୂର କରି ପାଚନ ପ୍ରଣାଳୀକୁ ସୁସ୍ଥ ରଖିଥାଏ। ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀରରେ ଗ୍ଲୁକୋଜର ସ୍ତରକୁ ଠିକ୍ ରଖିଥାଏ।
-ବଲଗମ, କାଶ, ସାଇନସ୍ ଏବଂ ନିଶ୍ୱାସ ସହିତ ଜଡିତ ସମସ୍ୟାରେ ଏହା ବହୁତ ଲାଭଦାୟକ ହୋଇଥାଏ।
ଏହାସହ ପଢନ୍ତୁ : ବ୍ଲଡ୍ ସୁଗାର, ଡାଇବେଟିସ୍ ଏବଂ ଓଜନକୁ ନିୟନ୍ତ୍ରିତ ରଖିଥାଏ କଲରା, ଥରେ ଏହାର ଫାଇଦା ବିଷୟରେ ଜାଣନ୍ତୁ
-ଆଣ୍ଟିବାୟୋଟିକ ଗୁଣରେ ଭରପୂର ଛଚିନ୍ଦ୍ରା ଶରୀରର ରୋଗ ପ୍ରତିରୋଧ ତନ୍ତ୍ରକୁ ମଜବୁତ କରିଥାଏ।
-କେଶ ଝଡିବା ସମସ୍ୟା ଥିଲେ ଏହାକୁ ଡାଇଟରେ ସାମିଲ କରନ୍ତୁ। ଏହାର ରସକୁ କେଶରେ ଲଗାଇବା ଦ୍ୱାରା ଆରାମ ମିଳିଥାଏ।