ଅନେକ ଦିନ ଧରି ଘରେ ପଶିବାକୁ ଚେଷ୍ଟା କରୁଛି ବାଘ କିନ୍ତୁ ଫେରିଯାଉଛି କୁକୁର ଭୟରେ
ଉତ୍ତରାଖଣ୍ଡ ଉଦ୍ଧମାସିଂ ନଗରର ବହୁଡା ଫାର୍ମରେ ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଛି I ଏଠାରେ ଅନେକ ଦିନ ଧରି ଏକ ହିଂସ୍ର ବାଘ ଭିତରେ ପଶିବାକୁ ଚେଷ୍ଟା କରୁଥିବା ବେଳେ କୁକୁରର ତତ୍ପରତା ଏବଂ ତାର ଭୟଙ୍କର ରଡ଼ି ଦେଖି ଫେରିଯାଉଛି I
ଏହାସହ ପଢନ୍ତୁ ନାୟବ ତହସିଲଦାର ମାଗିଲେ ୨୫ ହଜାରର ଲାଞ୍ଚ ତ ଗରିବ କୃଷକ ନିଜ ମଇଁଷିକୁ ଆଣି ବାନ୍ଧିଦେଲେ ବାବୁଙ୍କ କାରରେ
ପତରାମପୁର ଭୁଡା ଫାର୍ମର ଅଧିକାରୀ ତ୍ରିଲୋଚନ ସିଂଙ୍କ କହିବା ଅନୁଯାୟୀ ତାଙ୍କ ଫର୍ମ ହାଉସରେ ଲଗାତାର ଗୋଟେ ସପ୍ତାହ ହେବ ଏକ ବାଘ ପସିବାପାଇଁ ଚେଷ୍ଟା କରୁଛି କିନ୍ତୁ ତାଙ୍କ ଘରେ ଥିବା କୁକୁର ବାଘକୁ ଘଉଡ଼ାଇ ଦେଉଛି ଏବଂ ଏହି ଘଟଣା ପ୍ରତିଦିନ ତାଙ୍କ ସିସିଟିଭିରେ ରେକର୍ଡ ହେଉଛି I ଏହି କାରଣରୁ ଫାର୍ମ ହାଉସ ଅଧିକାରୀଙ୍କ ପରିବାର ରାତିରେ ଭୟରେ ଘରୁ ବାହାରି ପାରୁନାହାନ୍ତି I
ସୂଚନା ଅନୁଯାୟୀ ଘରେ ବଢୁଥିବା କୁକୁଡ଼ା ମାନଙ୍କୁ ବାଘଟି ପ୍ରତିଦିନ ତାର ଶିକାର ବନାଉଛି ଏବଂ ଏଥିପାଇଁ ବନ ବିଭାଗ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ I ଘଟଣା ଅନୁଯାୟୀ ଏହି ବାଘଟି ଦୁଇ ଦିନ ପୂର୍ବରୁ ଚନ୍ଦନ ସିଂଙ୍କ ଫାର୍ମ ହାଉସରେ ଦୁଇଟି କୁକୁରକୁ ତାର ଶିକାର ବନାଇଛି I