ଅଧିକ ଅର୍ଥ ନେବା କିମ୍ବା ପେଟ୍ରୋଲ ଓ ଡିଜେଲ୍‌ ମାପରେ କମ୍‌ ଦେଲେ ପଡ଼ିପାରେ ବଡ଼ ଜରିମାନା

ନୂଆଦିଲ୍ଲୀ : ଏବେ ପେଟ୍ରୋଲ୍‌ ପମ୍ପ ମାଲିକ ଯଦି ତେଲ ପାଇଁ ଅଧିକ ଅର୍ଥ ଦାବି କରନ୍ତି କିମ୍ବା ମାପରେ କମ୍‌ କରନ୍ତି ଏହା ତାଙ୍କ ପାଇଁ ହୋଇପାରେ ବଡ଼ ଅସୁବିଧା । ଏଭଳି କାର୍ଯ୍ୟ ପାଇଁ ପେଟ୍ରୋଲ ପମ୍ପ ମାଲିକଙ୍କୁ ବଡ଼ ଜରିମାନା ପଡ଼ିପାରେ । ଦେଶରେ ଲାଗୁ ହୋଇଥିବା ଉପଭୋକ୍ତା ଆଇନ ୨୦୧୯ ଅନୁଯାୟୀ ଏପରି କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର କହିଛନ୍ତି । ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ତୈଳ କମ୍ପାନୀମାନଙ୍କୁ ଏପରି କଡ଼ା ନିର୍ଦ୍ଦେଶ ଦେଇଛି ।

ଯଦି କେହି ଗ୍ରାହକ ଏପରି ଅସୁବିଧାର ଶିକାର ହୁଅନ୍ତି, ସେ ଉପଭୋକ୍ତା କୋରମ୍‌ରେ ଅଭିଯୋଗ କଲେ ପେଟ୍ରୋଲ୍‌ ପମ୍ପ ଲାଇସେନ୍ସ ସବୁଦିନ ପାଇଁ ରଦ୍ଦ କରାଯାଇପାରେ । କିମ୍ବା ଉପଭୋକ୍ତା ଅଭିଯୋଗ ଉପରେ ଜିଲ୍ଳାସ୍ତରୀୟ ଅଫିସର ପେଟ୍ରୋଲ୍‌ ପମ୍ପକୁ କିଛି ଦିନ ପାଇଁ ବନ୍ଦ କରିଦେଇପାରେ ବା ବଡ଼ ଜରିମାନା ଆଦାୟ କରିପାରେ ବୋଲି ଏହି ଆଇନରେ କୁହାଯାଇଛି ।

ଦେଶରେ ଉପଭୋକ୍ତା ଆଇନ ୨୦୧୯(କଞ୍ଜୁ୍ର୍ୟମର ପ୍ରୋଟେକ୍ସନ ଆକ୍ଟ ୨୦୧୯) ଲାଗୁ ହେବା ପରେ ପେଟ୍ରୋଲ ପମ୍ପ୍‌ ମାଲିକଙ୍କ ଉପରେ ବଡ଼ ଜରିମାନା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ତୈଳ କମ୍ପାନୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଖାଲି ସେତିକି ନୁହେଁ ଏବେ ପେଟ୍ରୋଲ୍‌ ପମ୍ପରେ ପେଟ୍ରୋଲ କିମ୍ବା ଡିଜେଲ୍‌ ର ମାନ ମଧ୍ୟ ଠିକ୍‌ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ଗ୍ରାହକ ତୈଳର ମାନ ଉପରେ ଅଭିଯୋଗ କରେ ଓ ତାହା ପ୍ରମାଣିତ ହୁଏ, ତେବେ ଜରିମାନା ସହ ପମ୍ପର ଲାଇସେନ୍ସ ମଧ୍ୟ ରଦ୍ଦ କରାଯାଇପାରେ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.