Below header

BOB ବ୍ଯାଙ୍କରେ ଚାକିରି ପାଇବାର ସ୍ବପ୍ନ ହେବ ପୂରଣ, ଜଲଦି କରନ୍ତୁ ଆବେଦନ

ବ୍ଯାଙ୍କ ଅଫ୍ ବରୋଦା (BOB)ରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ। BOB ପ୍ରୋଜେକ୍ଟ ମ୍ଯାନେଜର ଏବଂ ପ୍ରୋଜେକ୍ଟ ଏସୋସିଏଟ ପଦବୀରେ ଚାକିରି ପାଇଁ ସୂଚନା ଜାରି କରିଛି। ଯେଉଁ ଆବେଦନକାରୀ ବ୍ଯାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନେ ବ୍ଯାଙ୍କର ଅଧିକାରୀକ ୱେବସାଇଟ୍ ମାଧ୍ଯମରେ ଆବେଦନ କରିପାରିବେ।

ପଦବୀ ନାମ ଏବଂ ପଦ ସଂଖ୍ଯା:

ପ୍ରୋଜେକ୍ଟ ମ୍ଯାନେଜର – ୧

ପ୍ରୋଜେକ୍ଟ ଏସୋସିଏଟ – ୧

job bankବୟସ ସୀମା:

ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ନ୍ଯୁନତମ ବୟସ ସୀମା ୨୬ ରୁ ୨୮ ବର୍ଷ ଏବଂ ଅଧିକତମ ବୟସ ସୀମା ୩୫ ରୁ ୪୫ ବର୍ଷ ବୟସ ନିର୍ଦ୍ଦାରିତ କରାଯାଇଛି।

ମହତ୍ତ୍ବପୂର୍ଣ୍ଣ ତାରିଖ:

ଅନଲାଇନ୍ ପଞ୍ଜିକରଣ କରିବାର ପ୍ରାରମ୍ଭିକ ତାରିଖ – ୧୬ ଜୁନ୍ ୨୦୨୦

ଅନଲାଇନ୍ ପଞ୍ଜିକରଣ କରିବାର ଶେଷ ତାରିଖ – ୦୬ ଜୁଲାଇ ୨୦୨୦

job-ଶିକ୍ଷାଗତ ଯୋଗ୍ଯତା:

ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ଯତା ପଦବୀ ଅନୁଯାୟୀ ଭିନ୍ନ ଭିନ୍ନ ନିର୍ଦ୍ଦାରିତ କରାଯାଇଛି।

ଆବେଦନ ପ୍ରକ୍ରିୟା:

ଆବେଦନକାରୀ ଅନଲାଇନ୍ ଜରିଆରେ ଆବେଦନ ପ୍ରକ୍ରିୟା ପୂରଣ କରିପାରିବେ। ଆବେଦନ କରିବା ପୂର୍ବରୁ ୱେବସାଇଟ୍ ରେ ଜାରି କରାଯାଇଥିବା ସୂଚନାକୁ ଭଲଭାବେ ପଢନ୍ତୁ। ଏଥିସହ ଆସନ୍ତା ୦୬ ଜୁଲାଇ ୨୦୨୦ ପୂର୍ବରୁ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ। ଧ୍ଯାନ ରଖିବେ ଆବେଦନ ସମୟରେ ଯେପରି କିଛି ତ୍ରୁଟି ନରହେ ନଚେତ୍ ଆବେଦନ ରଦ୍ଦ କରିଦିଆଯିବ।

bbଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କୁ ସର୍ଟଲିଷ୍ଟ କିମ୍ବା ଲିଖିତ ପରୀକ୍ଷା/ ବ୍ଯକ୍ତିଗତ ସାକ୍ଷାତକାର/ସମୁହ ଆଲୋଚନା ମାଧ୍ଯମରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.