ପୋଷ୍ଟ ଅଫିସରେ ୪୧୬୬ ପଦ ପାଇଁ ଜଲଦି କରନ୍ତୁ ଆବେଦନ, ବିନା ପରୀକ୍ଷାରେ ମିଳିବ ଚାକିରି !

ଭାରତୀୟ ଡାକ ବିଭାଗରେ ହଜାର ପଦ ପାଇଁ ନିଯୁକ୍ତି ବାହାରିଛି। ଏହି ଭର୍ତ୍ତି ପାଇଁ ହରିୟାଣା ପୋର୍ଟାଲ ସର୍କଲ, ମଧ୍ୟପ୍ରଦେଶ ପୋର୍ଟାଲ ସର୍କଲ ଏବଂ ଉତ୍ତରାଖଣ୍ଡ ପୋର୍ଟାଲ ସର୍କଲରେ ୪୧୦୦ ରୁ ଅଧିକ ପଦରେ ନିଯୁକ୍ତି କରାଯିବ। ସବୁଠୁ ଭଲ କଥା ହେଉଛି ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିଲେ ଆପଣ ଦଶମ ପାସ କରିଥିବା ଆବଶ୍ୟକ। ଯଦି ଆପଣ ସରକାରୀ ଚାକିରି ଅନ୍ୱେଷଣରେ ଅଛନ୍ତି ତାହେଲେ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ତାହେଲେ ଆସନ୍ତୁ ଜାଣିବା ଡାକ ବିଭାଗରେ ଚାକିରି ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା।

କେଉଁ ପୋର୍ଟାଲ ସର୍କିଲରେ କେତେ ଭେକେନ୍ସୀ

  • ହରିୟାଣା ପୋର୍ଟାଲ ସର୍କିଲରେ ପଦ ସଂଖ୍ୟା – ୬୦୮
  • ମଧ୍ୟପ୍ରଦେଶ ପୋର୍ଟାଲ ସର୍କିଲରେ ପଦ ସଂଖ୍ୟା – ୨,୮୩୪
  • ଉତ୍ତରାଖଣ୍ଡ ପୋର୍ଟାଲ ସର୍କିଲରେ ପଦ ସଂଖ୍ୟା – ୭୨୪
  • ତିନୋଟି ରାଜ୍ୟକୁ ମିଶାଇ ମୋଟ ପଦ ସଂଖ୍ୟା – ୪,୧୬୬
  • ହରିୟାଣା ପୋର୍ଟାଲ ସର୍କିଲରେ ୬୦୮ ପଦ ପାଇଁ ଭର୍ତ୍ତି

ଭାରତୀୟ ଡାକ ବିଭାଗ ଅନୁଯାୟୀ ହରିୟାଣା ପୋର୍ଟାଲ ସର୍କଲରେ ଗ୍ରାମୀଣ ଡାକ ସେବକରେ ୬୦୮ ପଦ ପାଇଁ ନିଯୁକ୍ତି ବାହାରିଛି। ଗ୍ରାମୀଣ ଡାକ ସେବକର ଏହି ଭର୍ତ୍ତି ଅନୁଯାୟୀ ବ୍ରାଞ୍ଚ ପୋଷ୍ଟମାଷ୍ଟର, ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମଷ୍ଟେର, ଡାକ ସେବକ ପଦ ପାଇଁ ଆବେଦନ କରିପାରିବେ। ଏହି ପଦ ପାଇଁ ଆବେଦନ କରିବା ପାଇଁ ଶେଷ ତାରିଖ ୭ ଜୁଲାଇ ୨୦୨୦ ରହିଛି। ଏହି ପଦ ପାଇଁ ୧୦ମ ପାସ କରିଥିବା ଆଶାୟୀ ପ୍ରାର୍ଥୀ ଆବେଦନ କରିପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆବେଦନକାରୀଙ୍କ ଚୟମ ମେରିଟ ଆଧାରରେ କରାଯିବ। ସେହିପରି ବୟସସୀମା ବିଷୟାର କହିବା ତ ଆବେଦନକାରୀଙ୍କ ପାଇଁ ନ୍ୟୁନତମ ବୟସ ୧୮ ବର୍ଷ ଏବଂ ଅଧିକତମ ବୟସ ୪୦ ବର୍ଷ ହୋଇଥିବା ଆବଶ୍ୟକ। ଏହି ପଦରେ ଚାକିରି ସମ୍ବନ୍ଧୀୟ ଅଧିକ ସୂଚନା ପାଇଁ ଆପଣ ଅଫିସିଆଲ େଓ୍ଵବସାଇଟକୁ ଯାଇ ଚେକ କରିପାରିବେ।

post-officeଭାରତୀୟ ଡାକ ବିଭାଗର ମଧ୍ୟପ୍ରଦେଶ ପୋଷ୍ଟାଲ ସର୍କଲରେ ଗ୍ରାମୀଣ ଡାକ ସେବକ ପାଇଁ ଆବେଦନ କରାଯାଇଛି। ଡାକ ବିଭାଗର ଏହି ଭର୍ତ୍ତି ପ୍ରକ୍ରୀୟା ଅନୁଯାୟୀ ୨୮୩୪ ପଦ ପାଇଁ ନିଯୁକ୍ତି କରାଯିବ। ଏହି ପଦ ପାଇଁ ଆବେଦନ କରିବାକୁ ହେଲେ ଆବେଦନକାରୀ ୧୦ମ ପାସ୍‌ କରିଥିବା ଦରକାର। ଏହି ପଦ ପାଁ ଆବେଦନ କରିବା ପାଇଁ ଆଶାୟୀ ପ୍ରାର୍ଥୀ ମାନ୍ୟତା ପ୍ରାପ୍ତ ସ୍କୁଲ ବୋର୍ଡରେ ଦଶମ ପାସ କରିଥିବା ଦରକାର। ଏହାସହିତ ୬୦ ଦିନର ବେସିକ କମ୍ପ୍ୟୁଟର ଟ୍ରେନିଙ୍ଗ ସାର୍ଟିଫିକେଟ ଥିବା ଆବଶ୍ୟକ। ଆଶାୟୀ ଏବଂ ଯୋଗ୍ୟ ପ୍ରାର୍ଥୀ ୭ ଜୁଲାଇ ୨୦୨୦ ପଯ୍ୟର୍ନ୍ତ ଆବେଦନ କରିପାରିବେ।

post officeଉତ୍ତରାଖଣ୍ଡ ପୋଷ୍ଟାଲ ସର୍କଲରେ ୭୦୦ରୁ ଅଧିକ ପଦ ପାଇଁ ଭେକେନ୍ସୀ ବାହାରିଛି। ଏହି ଭର୍ତ୍ତୀ ଅନୁଯାୟୀ ବିପିଏମ/ଏବିପିଏମ/ଗ୍ରାମୀଣ ଡାକ ସେବକ ପଦ ପାଇଁ ୭୨୪ ପ୍ରାର୍ଥୀଙ୍କୁ ଭର୍ତ୍ତୀ କରାଯିବ। ଏଥିପାଇଁ ଆଶାୟୀ ପ୍ରାର୍ଥୀ ମାନ୍ୟତା ପ୍ରାପ୍ତ ବୋର୍ଡରୁ ଦଶମ ପାସ୍‌ କରିଥିବା ଆବଶ୍ୟକ। ଏହାସହିତ ୧୦ମ ଶ୍ରେଣୀରେ ସେ ସ୍ଥାନୀୟ ଏବଂ ଇଂରାଜୀ ଭାଷାରେ ପାସ୍‌ କରିଥିବା ବାଧ୍ୟତାମୂଳକ। ଜିଡିଏସ ବିପିଏମ ପଦରେ ଚୟନ ହୋଇଥିବା ପ୍ରାର୍ଥୀଙ୍କର ୧୨,୦୦୦ ଟଙ୍କାରୁ ୧୪,୫୦୦ ଟଙ୍କା ପ୍ରତି ମାସକୁ ଦରମା ମିଳିବ। ସେହିପରି ଜିଡିଏସ୍‌ ଏବିପିଏମ ପାଇଁ ୧୦,୦୦୦ ଟଙ୍କାରୁ ୧୨,୦୦୦ ଟଙ୍କା ପ୍ରତି ମାସ ଦରମା ଦିଆଯିବ। ସେହିପରି ଏହି ପଦ ସହିତ ଜଡିତ ଅଧିକ ବିବରଣୀ ପାଇବା ପାଇଁ ଆପଣ ଏହାର ଅଫିସିଆଲ େଓ୍ଵବସାଇଟକୁ ଯାଇ ମଧ୍ୟ ଚେକ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.