Below header

ପୁରୁଣା କଏନ୍‌ ଓ ନୋଟ୍‌ ବିକୁଥିଲେ ହୋଇଯାଆନ୍ତୁ ସାବଧାନ୍‌! RBI କଲା ସତର୍କ

ପୁରୁଣା କଏନ୍‌ କିଣାବିକାକୁ ନେଇ ଗତ କିଛି ଦିନ ହେଲା କେତେକ ଖବର ସାମ୍ନାକୁ ଆସୁଛି। ଲୋକମାନେ ବିଭିନ୍ନ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପ୍ଲାଟଫର୍ମ ମାଧ୍ୟମରେ ପୁରୁଣା ନୋଟ୍‌ ଓ କଏନ୍‌ ବିକ୍ରି ବି କରୁଛନ୍ତି। ତେବେ ଏ ନେଇ ଏବେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ଟ୍ଵିଟ୍‌ କରି ଆରବିଆଇ ଲୋକଙ୍କୁ ସତର୍କ କରିଛି।

ଆରବିଆଇ ପକ୍ଷରୁ କୁହାଯାଇଛି ଯେ କିଛି ଠକ ଗୋଷ୍ଠୀ ଲୋକଙ୍କୁ ଲୋଭନୀୟ ଅଫରର ଲାଳସା ଦେଖାଇ କେନ୍ଦ୍ରୀୟ ବ୍ୟାଙ୍କର ନାଁ କହି ପୁରୁଣା ନୋଟ୍‌ ଓ କଏନ୍‌ ନେଉଛନ୍ତି। ସେମାନେ ଆରବିଆଇର ଲୋଗୋ ମଧ୍ୟ ଏହି ଠକେଇରେ ବ୍ୟବହାର କରୁଛନ୍ତି। ଏହି କଏନ୍‌ ବିକ୍ରି କରାଇଦେବା ପାଇଁ ସେମାନେ ଲୋକଙ୍କ ଠାରୁ କମିସନ୍‌ ବି ଆଦାୟ କରୁଛନ୍ତି। ଏନେଇ ରିଜର୍ଭ ବ୍ୟାଙ୍କକୁ ସୂଚନା ମିଳିଛି।

ଏଣୁ ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି ଯେ ଏଭଳି କୌଣସି ଗତିବିଧିରେ ସେମାନେ ସାମିଲ ନାହାନ୍ତି ଓ ଲୋକଙ୍କ ଠାରୁ ପୁରୁଣା କଏନ୍‌ ଓ ନୋଟ୍‌ ନେବାକୁ କିଛି କମିସନ ନେଉନାହାନ୍ତି। ଏଥିସହ ଆରବିଆଇ କହିଛି ଯେ ସେମାନଙ୍କ ପକ୍ଷକୁ କାହାକୁ ବି ଏଭଳି କରିବାକୁ କୌଣସି ଅଧିକାର ମଧ୍ୟ ଦିଆଯାଇନାହିଁ। ଏଣୁ ଲୋକମାନେ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ କି ଠକେଇର ଶିକାର ହୁଅନ୍ତୁ ନାହିଁ। ଯଦି କାହାକୁ ପୁରୁଣା ନୋଟ୍‌ କିମ୍ବା କଏନ୍‌ ବଦଳାଇବାର ଅଛି ତେବେ ସିଧାସଳଖ ବ୍ୟାଙ୍କକୁ ଆସିବାକୁ ପରାମର୍ଶ ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.