Below header

୩୧ ମାର୍ଚ୍ଚ ପୂର୍ବରୁ ନିଜ ନାଁରେ କରନ୍ତୁ ଏହି ସ୍କୀମ, ୧୦ ବର୍ଷ ପରେ ପାଇବେ ୯,୨୫୦ ଟଙ୍କା ମାସିକ ପେନସନ୍‌

ଯଦି ଆପଣ ଏକ ଏମିତି ପେନସନ୍‌ ସ୍କୀମର ସନ୍ଧାନରେ ଅଛନ୍ତି ଯାହା ଆପଣଙ୍କ ଜୀବନର ଗୋଲଡେନ୍‌ ଇୟରକୁ ଅଧିକ ସୁଃଖଦ ଏବଂ ଆରାମଦାୟକ ବନାଇପାରିବ, ତାହେଲେ ଆପଣ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ପ୍ରଧାନମନ୍ତ୍ରୀ ବ୍ୟୟ ବନ୍ଦନା ଯୋଜନାକୁ ନିଶ୍ଚୟ ଥରେ ଚେକ କରିବା ଉଚିତ। କାହିଁକିନା ଏହା ସେହି ବୟସ୍କ ବ୍ୟକ୍ତିଙ୍କ ପାଇଁ ସବୁଠାରୁ ଲୋକପ୍ରିୟ ପେନସନ୍‌ ସ୍କିମ ହେବ ଯେଉଁମାନେ ନିଜ ଜୀବନର ଅବସର ସମୟରେ ପେନସନ୍‌ ପାଇବାକୁ ଚାହୁଁଛନ୍ତି।

ଯେଉଁ ଲୋକ ଭଲ ପେନସନର ସୁବିଧା ପାଇବାକୁ ଚାହୁଁଛନ୍ତି ସେମାନଙ୍କୁ ଏବେ ଏହି ସ୍କିମକୁ ନେବା ଉଚିତ କାହିଁକିନା ପଲିସି କେବଳ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଲଞ୍ଚ୍‌ କରାଯାଉଛି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବର୍ଷସାରା ବିକ୍ରି କରାଯାଉଥିବା ପଲିସି ପାଇଁ ନିର୍ଦ୍ଧାରିତ ଦରର ସମୀକ୍ଷା ଏବଂ ଅନୁମୋଦନ ଅର୍ଥ ମନ୍ତ୍ରାଳୟ, ଭାରତ ସରକାର ଦ୍ୱାରା ପ୍ରତ୍ୟେକ ବର୍ଷର ଆରମ୍ଭ କରାଯିବ।

ଯଦି ଆପଣ ୩୧ ମାର୍ଚ୍ଚ, ୨୦୨୨ ପୂର୍ବରୁ ପଲିସି କିଣୁଛନ୍ତି, ତାହେଲେ ଆପଣଙ୍କୁ ପ୍ରତି ବର୍ଷ ୭.୪୦ ପ୍ରତିଶତର ଗ୍ୟାରେଣ୍ଟୀ ପେନସନ୍‌ ମିଳିବ। ଯାହା ଦଶ ବର୍ଷର ଅବଧି ପାଇଁ ମାସିକ ରୂପରେ ଦେୟ କରାଯିବ।

ଏଲଆଇସିର ଅଫିସିଆଲ େଓ୍ଵବସାଇଟରେ ଦିଆଯାଇଥିବା ସୂଚନା ମୁତାବକ, ଏହି ଯୋଜନା ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ୭.୪୦ ପ୍ରତିଶତ ପ୍ରତିବର୍ଷ ସୁନିଶ୍ଚିତ ପେନସନ୍‌ ପ୍ରଦାନ କରିବ।

େଓ୍ଵବସାଇଟରେ କରାଯାଇଛି, ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ କିଣାଯାଇଥିବା ସମସ୍ତ ପଲିସିଙ୍କ ପାଇଁ ପେନସନର ଏହି ସୁନିଶ୍ଚିତ ଦର ୧୦ ବର୍ଷର ପୂରା ପଲିସିର ଅବଧି ରହିଛି।

କଣ ଏହି PMVVY?

ଯଦି ଆପଣ ଦଶ ବର୍ଷର ପଲିସି ଅବଧି ପର୍ଯ୍ୟନ୍ତ ଜୀବିତ ରୁହନ୍ତି ତାହେଲେ ଆପଣ ବାଛିଥିବା ଅପ୍ସନ ଆଧାରରେ ପ୍ରତ୍ୟେକ ଅବଧିର ଶେଷରେ କିସ୍ତିରେ ପେନସନ୍‌ ମିଳିବ।
ଯଦି ପଲିସିଧାରକ ଦଶ ବର୍ଷର ପଲିସି ଅବଧି ଭିତରେ ସମାପ୍ତ ହୋଇଯାଇଥାଏ, ତାହେଲେ କ୍ରୟ ମୂଲ୍ୟ ଲାଭାର୍ଥୀକୁ ଫେରସ୍ତ କରିଦିଆଯିବ।
ଯଦି ପଲିସିଧାରକ ପଲିସି ଅବଧି ଭିତରେ ଜୀବିତ ରୁହନ୍ତି, ତାହେଲେ ତାକୁ କ୍ରୟ କରିବାର ମୂଲ୍ୟ ଏବଂ ଶେଷ ପେନସନ୍‌ ପେମେଣ୍ଟ କରାଯିବ।
ଏହା ଧ୍ୟାନ ରଖିବା ବହୁତ ଜରୁରୀ ଯେ ଏହି ଯୋଜନାର ମୋଟ ଯୋଗଦାନା ରାଶି ରହିଛି ୧୫ ଲକ୍ଷ ଟଙ୍କା।
ଅଧିକ ସୂଚନା ପାଇବା ପାଇଁ ଏଲଆଇସିର ଅଫିସିଆଲ େଓ୍ଵବସାଇଟକୁ ଯାଆନ୍ତୁ। ସେଠାରେ ଆପଣ ଏହି ଯୋଜନା ସମ୍ପର୍କରେ ସମସ୍ତ ସୂଚନା ପାଇପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.