Below header

ବ୍ରାଣ୍ଡ ଭାଲ୍ୟୁ କମିଛି ହେଲେ ସେଲିବ୍ରିଟି ତାଲିକାରେ ଏବେବି ଶୀର୍ଷରେ ବିରାଟ କୋହଲି

କ୍ରମାଗତ ଭାବରେ ପଞ୍ଚମ ଥର ପାଇଁ ଭାରତର ସେଲିବ୍ରିଟି ଭାବେ ବିଜ୍ଞାପନ କରିବାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି କ୍ରିକେଟର ବିରାଟ କୋହଲି । ଏମଏସ ଧୋନି ଓ ବିରାଟ କୋହଲି ଏହି ପିଢ଼ିର ଦୁଇଜଣ ଏଭଳି ଖେଳାଳି ଯେଉଁମାନଙ୍କର ଲୋକପ୍ରିୟତାରୁ ବେଶ୍‌ ଫାଇଦା ଉଠାଇଛନ୍ତି ବିଭିନ୍ନ ବ୍ରାଣ୍ଡ । କ୍ରିକେଟରେ ବହୁତ ନାଁ କରିଥିବା କୋହଲି ଓ ଧୋନି ସେମାନଙ୍କ ଉଚ୍ଚ ଖ୍ୟାତି ଯୋଗୁଁ ଏବେବି ବିଜ୍ଞାପନ ଦୁନିଆରେ ରାଜ୍‌ କରୁଛନ୍ତି । ଆଜି ବି ସେମାନଙ୍କର ବ୍ରାଣ୍ଡ ମୂଲ୍ୟ ସବୁଠୁ ଶୀର୍ଷରେ । ତେବେ ବର୍ତ୍ତମାନ ବି ଶୀର୍ଷରେ ଥିଲେ ମଧ୍ୟ କୋହଲିଙ୍କ ବ୍ରାଣ୍ଡ ଭାଲ୍ୟୁ ପୂର୍ବ ଅପେକ୍ଷା କମିଛି ।

ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କୋହଲିଙ୍କ ବ୍ରାଣ୍ଡ ମୂଲ୍ୟରେ ୨୦୨୦ମସିହାରେ ପ୍ରାୟ ୨୩୮ମିଲିୟନ ଡଲାର ଥିବା ବେଳେ ୨୦୨୧ ମସିହାରେ ୧୮୬ ମିଲିୟନ ଡଲାରକୁ ଖସି ଆସିଛି । କ୍ରମାଗତ ପଞ୍ଚମ ବର୍ଷ ପାଇଁ ଭାରତର ସେଲିବ୍ରେଟି ଏଣ୍ଡୋର୍ସର୍‌ ଭାବରେ ସ୍ପଟ ହୋଇଛନ୍ତି ବିରାଟ ।

ଏପଟେ ବଲିଉଡର ରଣବୀର ସିଂ ଓ ଅକ୍ଷୟ କୁମାର ଯଥାକ୍ରମେ ପରବର୍ତ୍ତୀ ସ୍ଥାନ ଅଧିକାର କରିଥିବା ବେଳେ ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ରହିଛନ୍ତି ଏହି ତାଲିକାରେ । ଧୋନି ପଞ୍ଚମ ସ୍ଛାନରେ ରହିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବା ସତ୍ତ୍ୱେ ଧୋନିଙ୍କ ବ୍ରାଣ୍ଡ ମୂଲ୍ୟ ୬୧ ମିଲିୟନ ଡଲାରକୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.