ସେମାନଙ୍କ ଫିଲ୍ମ ଏଠି ଭଲ ଚାଲୁଛି, ଆମ ଫିଲ୍ମ କାହିଁକି ଦକ୍ଷିଣରେ ଚାଲୁନି : ସଲମାନ ଖାନ

ସଲମାନ ଖାନ ତାଙ୍କ ଆଗାମୀ ଚଳଚିତ୍ର ଗଡଫାଦରରେ ତେଲୁଗୁ ସୁପରଷ୍ଟାର ଚିରଞ୍ଜୀବୀଙ୍କ ସହ କାମ କରିବାକୁ ଯାଉଛନ୍ତି । ଏନେଇ ଆଇଫା ସାମ୍ବାଦୀକ ସମ୍ମିଳନୀରେ ସଲମାନ ଚଳଚିତ୍ରରେ ତାଙ୍କ କ୍ୟାମିଓକୁ ନେଇ ମଧ୍ୟ କହିଥିଲେ । ସଲମାନ କହିଛନ୍ତି ତାଙ୍କ ସହ କାମ କରିବା ଏକ ଚମତ୍କାର ଅନୁଭୂତି ହୋଇଛି । ମୁଁ ଚିରୁଗାରୁଙ୍କୁ ଦୀର୍ଘ ସମୟ ଧରି ଜାଣିଛି । ସେ ମଧ୍ୟ ଜଣେ ଭଲ ବନ୍ଧୁ ହୋଇଛନ୍ତି । ତାଙ୍କ ପୁଅ ବି ମୋର ଜଣେ ବନ୍ଧୁ ।

ରାମଚରଣ ଆରଆରଆରରେ ଅତି ଚମତ୍କାର ଅଭିନୟ କରିଛନ୍ତି ତେଣୁ ମୁଁ ତାଙ୍କୁ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲି । ତାଙ୍କ ପାଇଁ ମୁଁ ଗର୍ବିତ । ସେ ଏତେ ଭଳ ଅଭିନୟ କରିଛନ୍ତି ତେଣୁ ତାଙ୍କ ଅଭିନୟ ବହୁତ ଭଲଲାଗୁଥିବାର ସଲମାନ କହିଛନ୍ତି । କିନ୍ତୁ ମୁଁ ଆଶ୍ଚର୍ଯ୍ୟ ହେଉଛି କି ଆମ ଚଳଚିତ୍ର ଦକ୍ଷିଣରେ କାହିଁକି କାମ କରୁନାହିଁ । କିନ୍ତୁ ସେମାନଙ୍କ ଚଳଚିତ୍ର ଏଠି ବହୁତ ଭଲ କାମ କରୁଛି ।

ତେବେ କହିରଖୁଛୁ ଏହି ଚଳଚିତ୍ରରେ ନୟନ୍ତରା, ସତ୍ୟଦେବ କା଼ଞ୍ଚାରାଣା ଙ୍କ ସହ ଅନ୍ୟମାନେ କାମ କରିଛନ୍ତି । ସଲମାନଙ୍କ ଆଗାମୀ ଫିଲ୍ମ ପୂଜା ହେଗଡେଙ୍କ ସହ କଭି ଇଦ କଭି ଦିୱାଲିରେ ସୁଟିଂ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.