Below header

ରାଜଧାନୀ ରାସ୍ତାରେ ହାଇଡ୍ରାମା, ଜଣେ ଯୁବତୀ ଓ ଦୁଇ ଜଣ ଯୁବକଙ୍କ ଭିତରେ ମାର୍‌ପିଟ୍‌

ଭୁବନେଶ୍ୱର (କେନ୍ୟୁଜ୍‌) : ରାସ୍ତା ଉପରେ ଗାଡି ରଖି ଜଣେ ଯୁବକକୁ ମାରପିଟ କରୁଥିଲେ ଜଣେ ଯୁବତୀ । ରାଜଧାନୀର ଗହଳି ରାସ୍ତା । ପୁଣି ଅପରାହ୍ନ ସମୟ । ଆଇଜି ପାର୍କ ପାଖ ରାସ୍ତାରେ ଲୋକ ସବୁ ଜମା ହୋଇଗଲେ । ଅଧଘଣ୍ଟା ଧରି ଯୁକ୍ତିତର୍କ ଚାଲିଲା ଓ ମାର୍‌ପିଟ ମଧ୍ୟ। ଏହାକୁ ଦେଖି କିଛି ଲୋକ ମୋବାଇଲରେ ଭିଡିଓ ରେକର୍ଡ଼ିଂ କରିବା ଆରମ୍ଭ କରିଦେଲେ । ଆଉ ତାରି ଭିତରେ ଯୁବତୀ ଜଣକ ସେ ଯୁବକଙ୍କୁ ଗାଳିଗୁଲଜ କରିବା ସହ ପିଟି ଚାଲିଥିଲେ। ଗଣମାଧ୍ୟମ ପ୍ରତିନିଧି ଏହାର ଭିଡ଼ିଓ କରିବାକୁ ଯିବା ସମୟରେ ତାଙ୍କୁ ମଧ୍ୟ ଯୁବତୀ ଜଣକ ଆକ୍ରମଣ କରିବାକୁ ପଛାଇ ନଥିଲେ । ଏମିତିକି ସାଧାରଣ ଲୋକ ତାଙ୍କୁ ଅଟକାଇବାରୁ ତାଙ୍କ ଉପରେ ମଧ୍ୟ ଆକ୍ରମଣ କରିବା ସହ ଅସଭ୍ୟ ଭାଷାରେ ଗାଳି କରିଥିଲେ ।

ଏହି ସମୟରେ ଜଣେ ଯୁବକ ଉପରେ ବର୍ଷିଗଲେ ଯୁବତୀ ଜଣକ । ସେ ଘଟଣାର ଭିଡିଓ ରେକର୍ଡ଼ିଂ କରୁଥିଲେ । କାହିଁକି ରେକର୍ଡ଼ିଂ କରୁଛ ବୋଲି ଯୁବତୀ ଜଣକ ପଚାରିବା ସହ ଗାଳିଗୁଲଜ କଲେ ଓ ହାତ ଉଠାଇଲେ । ପ୍ରତ୍ୟୁତ୍ତରରେ ଯୁବକ ଜଣକ ମଧ୍ୟ ଝିଅଟିକୁ ମାରିବାକୁ ପଛାଇଲେ ନାହିଁ ।

ପରେ ଖବର ପାଇ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତିନି ଜଣଙ୍କୁ ଥାନାକୁ ନେଇ ଯାଇଛି । ଯାହା ସୂଚନା ମିଳିଛି, ପ୍ରେମ ଘଟଣାକୁ ନେଇ ବିଚ୍‌ ରାସ୍ତା ଉପରେ ଏଭଳି କାଣ୍ଡ ଘଟିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.