Google ପାଖରେ ଦୁନିଆର ସବୁ ପ୍ରଶ୍ନର ଉତ୍ତର କେମିତି ଆସୁଛି? କେମିତି ଆପଣଙ୍କ ସବୁ କନଫ୍ୟୁଜନକୁ କରୁଛି Solve

ଗୁଗଲକୁ କିଏ ବା ନଜାଣେ। ସର୍ଚ୍ଚ ଇଞ୍ଜିନ ପ୍ଲାଟଫର୍ମ ଗୁଗଲକୁ ସମସ୍ତେ ଜାଣନ୍ତି। ପିଲାଙ୍କ ଠାରୁ ନେଇ ବଡ ପର୍ଯ୍ୟନ୍ତ ସମସ୍ତେ ନିଜର କୌଣସି ବି କନଫ୍ୟୁଜନକୁ ନେଇ ଗୁଗଲର ସହାୟତା ଲୋଡିଥାନ୍ତି। ଗୁଗଲ ପାଖରେ ସବୁ ବିଷୟର ଏବଂ ସବୁ ଟପିକ ବିଷୟରେ ସୂଚନା ରହିଛି। ତେଣିକି ତାହା କୌଣସି ଦେଶ ସହ ଜଡିତ ହୋଇଥାଉ ନା କାହିଁକି? ଆପଣଙ୍କ ମନକୁ ଆସୁଥିବା ପ୍ରତ୍ୟେକ ଅଜବ ଏବଂ ଅଦ୍ଭୁତ ପ୍ରଶ୍ନର ଉତ୍ତର ଦେଇଥାଏ ଗୁଗଲ। ଆପଣ ଏଣୁ ତେଣୁ ଯାହା ବି ମାରି ସର୍ଚ୍ଚ କରୁଛନ୍ତି ଗୁଗଲ ବହୁତ ସରଳ ତରିକାରେ ସବୁ ପ୍ରଶ୍ନର ଉତ୍ତର ଦେଇଥାଏ। କିନ୍ତୁ କଣ ଆପଣଙ୍କ ମନକୁ କେବେ ପ୍ରଶ୍ନ ଆସିଛି ଗୁଗଲ ଆପଣଙ୍କ ସବୁ କନଫ୍ୟୁଜନକୁ କେମିତି ଚୁଟକିରେ ସଲଭ୍‌ କରିଦେଇପାରୁଛି? କଣ ଏମିତି ତାର ପାଓ୍ଵାର ରହିଛି ଯେ ତା ପାଖରେ ସବୁ ପ୍ରଶ୍ନର ଉତ୍ତର ରହିଛି। କେବେ ଭାବିଛନ୍ତି ଏମିତି କେମିତି ସମ୍ଭବ ହୋଇପାରୁଛି। ଆସନ୍ତୁ ଜାଣିବା ଆପଣଙ୍କ ଏହି ପ୍ରଶ୍ନର ଉତ୍ତର।

ଗୁଗଲକୁ ଆପଣ ଯାହା ବି ପଚାରୁଛନ୍ତି,କୌଣସି ବି ବିଷୟକୁ ନେଇ ନିଜର କନଫ୍ୟୁଜନକୁ ଚୁଟକିରେ ସମାଧାନ କରିଦେଉଛି ଗୁଗଲ। କିନ୍ତୁ ମନକୁ ଥର ଏମିତି ପ୍ରଶ୍ନ ଆସେ ଗୁଗଲ ପାଖରେ ଆପଣଙ୍କ ସବୁ ପ୍ରଶ୍ନର ବିଲକୁଲ ସଠିକ ଉତ୍ତର କେମିତି ଆସୁଛି? ଯଦି ଆପଣଙ୍କ ମନକୁ ବି ଏମିତି ପ୍ରଶ୍ନ ଆସିଛି ତାହେଲେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଆପଣଙ୍କ ପ୍ରତ୍ୟେକ ପ୍ରଶ୍ନର ସଠିକ ଉତ୍ତର ଆପଣଙ୍କ ପାଖକୁ ପହଁଚାଇବା ପାଇଁ ଗୁଗଲ ମୋଟ ତିନିଟି ଷ୍ଟେପ୍ସକୁ ଫଲୋ କରିଥାଏ। ତାହେଲେ ଆସନ୍ତୁ ଜାଣିବା ଏହି ତିନି ଷ୍ଟେପ୍ସ କଣ?

gogglପ୍ରଥମ ଷ୍ଟେପ୍‌ Crawling

ଆପଣଙ୍କ ସବୁ କନଫ୍ୟୁଜନର ସମାଧାନ ପାଇଁ ଗୁଗଲର ପ୍ରଥମ ଷ୍ଟେପ Crawling। ଆସନ୍ତୁ ଜାଣିବା ବାସ୍ତବରେ ଏହି କ୍ରାଉଲିଙ୍ଗ କଣ। ଯଦି ଏହା କାମ କେମିତି କରେ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏଥିପାଇଁ Web Crawlers େଓ୍ଵବପେଜକୁ ଖୋଜଥାଏ ଏବଂ ତାପରେ ତାକୁ ଖୋଜି ସେଠାରେ ଦିଆଯାଇଥିବା ଲିଙ୍କକୁ ଫଲୋ କରିଥାଏ। ଏହିପରି ଭାବେ ଡାଟା ଏକାଠି କରାଯାଏ ଏବଂ ଏହାପରେ ସମସ୍ତ ଡାଟାକୁ ଗୁଗଲର ସର୍ଭରକୁ ଅଣାଯାଏ।

ଏହାପର ଷ୍ଟେପ ହେଉଛି Indexing

Crawling ପରେ ଯେଉଁ ଷ୍ଟେପ ଆସୁଛି ତାକୁ Indexing କୁହାଯାଏ। କ୍ରାଲର୍ସକୁ ଯେତେବେଳେ େଓ୍ଵବପେଜ ମିଳିଥାଏ ସେତେବେଳେ ଏହା ଚେକ କରାଯାଏ ଯେ ସେହି ପେଜରେ କଣ କଣ୍ଟେଣ୍ଟ ରହିଛି। ଏହା ଚେକ କରିବା ସମୟରେ ଅନେକ କିଛି କଥାକୁ ଧ୍ୟାନରେ ରଖିବାକୁ ପଡିଥାଏ। ଯେଉଁଥିରେ କିଓ୍ଵାଡର୍ସ, େଓ୍ଵବସାଇଟରେ କଣ ନୂଆ (ଯେମିତିକି କପି ପେଷ୍ଟ ହୋଇନଥିବ ତ)। ଏମିତି ହିଁ ସବୁ ବିବରଣୀକୁ ଚେକ କରାଯାଏ। ଏହି ସବୁ ଗୁଗଲର ସିଷ୍ଟମକୁ ଟ୍ରାକ କରିଥାଏ। ଯଦି ଏହି ସମୟରେ କୌଣସି ବି ଡୁପ୍ଲିକେଟ କଣ୍ଟେଣ୍ଟ ମିଳିଥାଏ ତାହେଲେ ସେହି ଡାଟାକୁ ହଟାଇ ଦିଆଯାଏ କିମ୍ବା କ୍ୟାନ୍ସଲ କରିଦିଆଯାଏ। ଏହାପରେ ଯେତେବେଳେ ଫାଇନାଲ ବିବରଣୀ ମିଳିଥାଏ ସେତେବେଳେ ଏହାକୁ Google Indexରେ ଷ୍ଟୋର କରିଦିଆଯାଏ ଏବଂ ଏହାର ଏକ ଡାଟାବେସ ତିଆରି କରାଯାଏ।

ଶେଷ ଷ୍ଟେପ ହେଉଛି Serving Result

ଆମ ପ୍ରଶ୍ନର ସଠିକ ଉତ୍ତର ଆମ ପାଖକୁ ଦେବା କାମ କରିଥାଏ ଏହି ଲାଷ୍ଟ ଷ୍ଟେପ। ଯେବେ ବି ଆମେ ଗୁଗଲରେ କିଛି ସର୍ଚ୍ଚ କରନ୍ତି ସେତେବେଳେ ଆମକୁ ସବୁ ପ୍ରଶ୍ନର ଉତ୍ତର ମିଳିଯାଏ। ଏମିତି ତ ଆପଣଙ୍କ ଜବାବ ଅନେକ କଥା ଉପରେ ନିର୍ଭର କରିଥାଏ କିନ୍ତ Crawling ଏବଂ ndexingପରେ ପେଜ, ପେଜ ରାଙ୍କରେ ସବୁଠାରୁ ଉପରେ ରହିଥାଏ ଏବଂ ତାହା ହିଁ ଆପଣଙ୍କ ସାମ୍ନାରେ ସବୁଠାରୁ ପ୍ରଥମେ ଦେଖାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.