Below header

ଇଦ୍ ଅବସରରେ ସ୍ପେଶାଲ ପ୍ରି-ପେଡ ପ୍ଲାନ ଲଞ୍ଚ କଲା BSNL, ଗ୍ରାହକଙ୍କୁ ପ୍ରତିଦିନ ମିଳିବ ୩୦ ଜିବି ଡାଟା ସୁବିଧା

ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ନିଜ ଉପଭୋକ୍ତା ମାନଙ୍କ ପାଇଁ ଏକ ଖାସ ପ୍ରି-ପେଡ଼ ପ୍ଲାନ ଲଂଚ କରିଛି । ଯାହାର ଦର କମ୍ପାନୀ ତରଫରୁ ୬୯୯ ଟଙ୍କା ରଖାଯାଇଛି । ବିଏସଏନଏଲର ଏହି ପ୍ଲାନରେ ୟୁଜର୍ସଙ୍କୁ ୫୦୦ ଏମବି ଡାଟା ସମେତ ଅନଲିମିଟେଡ଼ କଲିଙ୍ଗର ସୁବିଧା ମଧ୍ୟ ମିଳିପାରିବ । କହିରଖିବା ଉଚିତ ହେବକି ଏହା ପୂର୍ବରୁ ଇଦ ଅବସରରେ କମ୍ପାନୀ ତରଫରୁ ୭୮୬ ଟଙ୍କିଆ ଏକ ସ୍ପେଶାଲ ପ୍ଲାନ ଲଞ୍ଚ କରାଯାଇଥିଲା ।

ବିଏସଏନଏଲର ୬୯୯ ଟଙ୍କିଆ ପ୍ଲାନ:

ଉପଭୋକ୍ତାଙ୍କୁ ଏହି ପ୍ଲାନରେ ପ୍ରତିଦିନ ୫୦୦ ଏମବି ଡାଟା ସମେତ ଅନ୍ୟ ନେଟୱର୍କକୁ ଅନଲିମିଟେଡ଼ କଲିଙ୍ଗର ସୁବିଧା ମିଳିପାରିବ । ଏହାବାଦ କମ୍ପାନୀ ୟୁଜର୍ସଙ୍କୁ ୬୦ ଦିନ ପାଇଁ କଲର ଟ୍ୟୁନ ସବସ୍କ୍ରିପସନ ସୁବିଧା ମଧ୍ୟ ଦେବ । ଏହି ପ୍ରି- ପେଡ ପ୍ଲାନର ସମୟ ସୀମା ୬୦ ଦିନ ପାଇଁ ଥିବା ବେଳେ ପ୍ରମୋଶନାଲ ଅଫର ଲାଗୁ ହେବା ପରେ ଏହାର ବୈଧତା ୧୮୦ ଦିନକୁ ବଢ଼ାଇ ଦିଆଯାଇଛି । କମ୍ପାନୀର ଅଫିସିଆଲ ସାଇଟରେ ଏହାକୁ ରିଚାର୍ଜ କରାଯାଇପାରିବ ।

BSNL

ବିଏସଏନଏଲର ଇଦ ସ୍ପେଶାଲ ପ୍ଲାନ:

ବିଏସଏନଏଲ ତରଫରୁ ଲଞ୍ଚ ହୋଇଥିବା ଏହି ସ୍ପେଶାଲ ପ୍ଲାନର ଦର ୭୮୬ ଟଙ୍କା ରଖାଯାଇଛି । ଏହି ପ୍ଲାନ ଜରିଆରେ ୟୁଜର୍ସଙ୍କୁ 30 ଜିବି ପର୍ଯ୍ୟନ୍ତର ଡାଟା ସୁବିଧା ମିଳିପାରିବ । ଏହା ସହ କମ୍ପାନୀ ୭୮୬ ଟଙ୍କାର ଟକଟାଇମ ସୁବିଧା ବି ଦେଉଛି । ଏହାର ବୈଧତା ୯୦ ଦିନ ପର୍ଯ୍ୟନ୍ତ ରହିବ ବୋଲି ଜଣାଯାଇଛି ।

BSNL

ଅନ୍ୟ ପକ୍ଷରେ କମ୍ପାନୀ ତରଫରୁ ଜାରି ହୋଇଥିବା କମ୍ବୋ ପ୍ରି-ପେଡ ପ୍ଲାନର ଦ୍ୱାରା ୧୮ ଟଙ୍କା ରଖାଯାଇଛି । ଏହି ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ପ୍ରତି ଦିନ ୧.୮ ଜିବି ପର୍ଯ୍ୟନ୍ତର ଡାଟା ସୁବିଧା ଦୁଇ ଦିନର ବୈଧତା ସହ ମିଳିଯାଇପାରିବ । ଏହା ବ୍ୟତୀତ ଅନ୍ୟ ନେଟୱର୍କ ଗୁଡିକୁ 250 ମିନିଟ ପର୍ଯ୍ୟନ୍ତର କଲିଙ୍ଗ ସୁବିଧା ମିଳିଯାଇପାରିବ ।

ବିଏସଏନଏଲର ୧୦୮ ଟଙ୍କିଆ ପ୍ରି-ପେଡ ପ୍ଲାନ:

ଉପଭୋକ୍ତାଙ୍କୁ ପ୍ରତିଦିନ ୧ ଜିବି ଡାଟା ଓ ୫୦୦ ଏସଏମଏସର ସୁବିଧା ମିଳିଯିବ । ଏହା ସହ କମ୍ପାନୀ ତରଫରୁ କୌଣସି ନେଟୱର୍କକୁ କଲିଙ୍ଗ ପାଇଁ ୨୫୦ ମିନିଟ ସମୟ ମିଳିବ । ଏହି ପ୍ୟାକର ବୈଧତା ୨୮ ଦିନ ଯାଏଁ ହିଁ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.