BSNLର ଏହି ପ୍ଲାନରେ ପାଇବେ ୩୦GB ଡାଟା, ଦାମ ମାତ୍ର ୯ ଟଙ୍କାରୁ ଆରମ୍ଭ

ବିଏସଏନଏଲ ୟୁଜର୍ସଙ୍କ ପାଇଁ ଭଲ ଏବଂ ବଢ଼ିଆ ଖବର। କମ୍ପାନୀ ନିଜର ଓ୍ଵାଇ-ଫାଇ ହଟସ୍ପଟ ଭାଉଚର୍ସରେ ୩୦ଜିବି ପର୍ଯ୍ୟନ୍ତ ଡାଟା ଦେଉଛି। ଏହି ଭାଉଚର୍ସର ଆରମ୍ଭ ୯ ଟଙ୍କାରୁ ଆରମ୍ଭ ହୋଇଥାଏ। ଏହି ଭାଉଚର୍ସର ୯ ଟଙ୍କାରୁ ଆରମ୍ଭ ହେଉଛି। ଏହି ଭାଉଚର୍ସର ଖାସିୟତ ହେଉଛି ଏହାର ବୈଧତା ୩୦ ଦିନ। ଏହାସହିତ କମ୍ପାନୀ ପେଟିଏମ ଆପ୍‌ ଜରିଆରେ କିଛି ଲୋକେସନ ଉପରେ ୟୁଜର୍ସଙ୍କୁ ହାଇ ସ୍ପିଡ ଇଣ୍ଟରନେଟ ମଧ୍ୟ ଅଫର କରୁଛି। ତାହେଲେ ଆଉ ବିଳମ୍ବ ନ କରି ଡିଟେଲରେ ଜାଣିବା ବିଏସଏନଏଲ ନିଜର ପବ୍ଲିକ ଓ୍ଵାଇ-ଫାଇ ହଟସ୍ପଟ ଭାଉଚରରେ କଣ ସବୁ ଅଫର କରୁଛି।

bsnl plan newମିଳୁଛି ୩୦ ଦିନର ବୈଧତା

BSNL ୟୁଜର୍ସଙ୍କୁ ମୋଟ ପାଞ୍ଚ ପବ୍ଲିକ ଓ୍ଵାଇ-ଫାଇ ପ୍ଲାନ ଦେଉଛି। ୯ ଟଙ୍କିଆ ପ୍ଲାନରେ ଗୋଟେ ଦିନର ଭ୍ୟାଲିଡିଟୀ ସହିତ ୧ ଜିବି ଡାଟା ମିଳିଥାଏ। ଏହିପରି ଭାବେ ୧୯ ଟଙ୍କା ଭାଉଚରରେ ତିନି ଦିନର ବୈଧତା ଏବଂ ୩gb ଡାଟା, ୩୯ ଟଙ୍କାର ଭାଉଚରରେ ୭ ଦିନର ଭ୍ୟାଲିଡିଟୀ ଏବଂ ୭ ଜିବି ଡାଟା, ୫୯ ଟଙ୍କିଆ ଭାଉଚରରେ ୧୫ ଦିନର ଭ୍ୟାଲିଡିଟୀ ଏବଂ ୧୫ ଜିବି ଡାଟା ଏବଂ ୬୯ ଟଙ୍କା ଭାଉଚରରେ ୩୦ ଦିନର ବୈଧତା ସହିତ ୩୦ ଜିବି ଡାଟା ଦିଆଯାଉଛି।

bsnlଏମିତି କରନ୍ତୁ କନେକ୍ଟ

ବିଏସଏନଏଲ ପବ୍ଲିକ ଓ୍ଵାଇ-ଫାଇ ହଟସ୍ପଟରେ କନେକ୍ଟ ହେବା ବହୁତ ସହଜ। ବିଏସଏନଏଲ ୟୁଜର୍ସଙ୍କୁ ଓ୍ଵାଇ-ଫାଇ ହଟସ୍ପଟ ଜୋନରେ ଆସିବା ପରେ ତାଙ୍କ iOS କିମ୍ବା ଆଣ୍ଡ୍ରଏଡ ଡିଭାଇସକୁ ଏକ ନୋଟିଫିକେସନ ମିଳିଯିବ। ଏହି ଓ୍ଵାଇ-ଫାଇ ନେଟଓ୍ଵାର୍କରେ କନେକ୍ଟ ହୋଇ ବିଏସଏନଏଲ ମୋବାଇଲ ନମ୍ବରକୁ ଆକ୍ଟିଭ ଓ୍ଵାଇ-ଫାଇ ହଟସ୍ପଟ ପ୍ୟାକରେ ଭେରିଫାଏ କରିବାକୁ ହେବ।

ଏହାସହିତ କମ୍ପାନୀ ପେଟିଏମ ଆପ୍‌ ଜରିଆରେ ମଧ୍ୟ ଓ୍ଵାଇ-ଫାଇ ହଟସ୍ପଟରେ କନେକ୍ଟ ହେବାର ଅପସନ୍‌ ଦେଉଛି। ଏଥିପାଇଁ ୟୁଜରଙ୍କୁ ପେଟିଏପ ଆପ୍‌ ଭିତରେ ଦିଆଯାଇଥିବା ଓ୍ଵାଇ-ଫାଇ ସେକସନରେ ଯାଇ ବିଏସଏନଏଲ ପବ୍ଲିକ ଓ୍ଵାଇ-ଫାଇ ହଟସ୍ପଟରେ କନେକ୍ଟ ହୋଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.