ଦିନେ ଶେଖ ଫରିଦ ବୁଲୁ ବୁଲୁ ଏକ ଗାଁରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ସେଠାରେ ଦେଖି ଗାଁ ଲୋକେ ଘେରି ଦେଇଥିଲେ ଓ ତାଙ୍କୁ ନିଜ ନିଜ ସମସ୍ୟାର ସମାଧାନ ପଚାରିବାକୁ ଲାଗିଥିଲେ। ଜଣେ ବ୍ୟକ୍ତି ଶେଖଙ୍କୁ ପ୍ରଶ୍ନ କରିଥିଲା ଯେ ପ୍ରଭୁ ଇସାଙ୍କୁ ଶୁଳିରେ ଚଢା ଯାଉଥିବା ବେଳେ ତାଙ୍କ ଚେହେରାରେ କାହିଁକି ହସ ଝଲସୁ ଥିଲା। ତାଙ୍କୁ କଣ କିଛି ବି କଷ୍ଟ ହୋଇନଥିଲା ଓ ସେ ଯିହୁଦୀ ମାନଙ୍କୁ କ୍ଷମା ମଧ୍ୟ କାହିଁକି କରିଥିଲେ। ସେହିପରି ଅନ୍ୟ ଜଣେ ବ୍ୟକ୍ତି ପଚାରିଲେ ଯେ ମସୁଂରଙ୍କ ହାଥ ଗୋଡ କଟା ହେଲା ବେଳେ ଏବଂ ତାଙ୍କ ଆଖି ଫୋଡା ହେଲା ବେଳେ ବି ସେ ଆହାଃ ମଧ୍ୟ କରିନଥିଲେ ବୋଲି ତାଙ୍କୁ ବିଶ୍ୱାସ ହେଉନାହିଁ।
ଫରିଦ ଉଭୟଙ୍କ ପ୍ରଶ୍ନ ଶୁଣିସାରିଲା ପରେ ଏକ କଞ୍ଚା ନଡିଆ ମଗାଇ ପ୍ରଶ୍ନ ପଚାରିଥିବା ବ୍ୟକ୍ତିଙ୍କୁ ଭାଙ୍ଗିବାକୁ କହିଥିଲେ। ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇ ଶେଖଙ୍କୁ ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ କହିଥିଲେ। କିନ୍ତୁ ଫରିଦ ତାଙ୍କୁ ପ୍ରଥମେ ନଡିଆଟିକୁ ଭାଙ୍ଗିବାକୁ କହିଥିଲେ ଓ ନଡିଆଟିକୁ ଏମିତି ଭାବରେ ଭାଙ୍ଗିବ ଯେ ତାର ଖୋଳପା ଠାରୁ ନଡିଆଟି ଅଲଗା ହୋଇଯିବ। ଏହାଶୁଣି ବ୍ୟକ୍ତି ଜଣକ କହିଥିଲେ, କଞ୍ଚା ନଡିଆକୁ ଏପରି ଭାଙ୍ଗିବା ସମ୍ଭବ ନୁହେଁ। ଏହାପରେ ଫରିଦ ତାଙ୍କୁ ଏକ ଶୁଖିଲା ନଡିଆ ଦେଇ ଠିକ୍ ସେହିପରି ଭାଙ୍ଗିବାକୁ କହିଥିଲେ ଓ ବ୍ୟକ୍ତି ଜଣକ ଖୁବ ସହଜରେ ତାକୁ ଭାଙ୍ଗି ଅଲଗା କରିଦେଇଥିଲେ।
ବର୍ତ୍ତମାନ ଶେଖ ତାଙ୍କୁ ସେହି ନଡିଆର ଉଦାହାରଣ ଦେଇ ବୁଝାଇଥିଲେ ଯେ ସାଧାରଣ ମଣିଷଙ୍କ ଶରୀର କଞ୍ଚା ନଡିଆ ପରି ହୋଇଥାଏ।ଏମାନଙ୍କ ଶରୀରକୁ ଆହତ ଦେଲେ ତାଙ୍କ ଶରୀର ସହିତ ତାଙ୍କ ଅନ୍ତରଆତ୍ମାକୁ ମଧ୍ୟ କଷ୍ଟ ହୋଇଥାଏ। କିନ୍ତୁ ମଂସୁର ଭଳି ମହାତ୍ମା ନିଜ ଶରୀରକୁ ଆତ୍ମା ଠାରୁ ଅଲଗା କରି ରଖିଥାନ୍ତି। ଏହି କାରଣରୁ ତାଙ୍କୁ ଆଘାତ ଦେବା ଦ୍ୱାରା ତାଙ୍କୁ କଷ୍ଟ ହୋଇନଥିଲା।