Below header

ବ୍ଯାଙ୍କ ଅଫ ବରୋଦାରେ ଖାଲିପଡିଛି ୫୧୧ ମ୍ଯାନେଜର ପଦବୀ, ଜଲଦି କରନ୍ତୁ ଆବେଦନ

ବ୍ଯାଙ୍କ ଅଫ ବରୋଦାରେ ଖାଲିପଡିଛି ଅନେକ ପଦବୀ। ବ୍ଯାଙ୍କରେ ହେଲଥ ମ୍ଯାନେଜମେଣ୍ଟ ସର୍ଭିସ ଡିପାର୍ଟମେଣ୍ଟରେ ମ୍ଯାନେଜର ପଦବୀ ପାଇଁ ୫୧୧ ପଦବୀ ଖାଲିପଡିଛି। ଯେଉଁ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଆବେଦନ କରିପାରିବେ। ଅନଲାଇନ ଆବେଦନ କରିବା ପାଇଁ ବ୍ଯାଙ୍କର ଅଫିସିଆଲ ୱେବସାଇଟକୁ ଯାଇ ୨୯ ଏପ୍ରିଲ ୨୦୨୦ ପର୍ଯ୍ଯନ୍ତ ଆପ୍ଲାଏ କରିପାରିବେ।

ପଦବୀ ବିବରଣୀ: ୫୧୧

ସିନିଅର ରିଲେସନସିପ ମ୍ଯାନେଜର: ୪୦୭
ଇ-ହେଲଥ ରିଲେସନସିପ ମ୍ଯାନେଜର: ୫୦
ଟେରୀଟରୀ ହେଡ: ୪୪
ଗ୍ରୁପ ହେଡ: ୬
ପ୍ରଡକ୍ଟ ହେଡ: ୧
ମୁଖ୍ଯ(ଅପରେସନ ଆଣ୍ଡ ଟେକ୍ନଲୋଜି):୧
ଡିଜିଟାଲ ସେଲସ ମ୍ଯନେଜର :୧
ଆଇଟି ଆନାଲିଷ୍ଟ ମ୍ଯାନେଜର: ୧

ଜରୁରୀ ତାରିଖ: ଆବେଦନ କରିବାର ଅନଲାଇନ ଫର୍ମ ଜମା କରିବାର ତାରିଖ ୯ ଏପ୍ରିଲରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୨୯ ଏପ୍ରିଲ ରହିଛି।

ଯୋଗ୍ଯତା: ଏହି ପଦବୀରେ ଆବେଦନ କରିବାକୁ ଚାହୁଁଥିଲେ ଇଚ୍ଛୁକ ପ୍ରାର୍ଥୀ ଅତିକମରେ ସ୍ନାତକ ଡିଗ୍ରୀ କରିଥିବା ଆବଶ୍ଯକ। ଏହା ସହିତ ସମ୍ବନ୍ଧିତ ଷ୍ଟ୍ରିମରେ ପିଜି କରିବା ଆବଶ୍ଯକ। ଏହାସହିତ ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଯୋଗ୍ଯତା ରହିଛି।

bank

ବୟସ ସୀମା: ଏହି ପଦବୀରେ ଆବେଦନ କରିବା ପାଇଁ ଅଲଗା ଅଲଗା ବୟସ ନିର୍ଦ୍ଧାରିତ କରାଯାଇଛି। ଅଧିକ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ଚେକ କରିପାରିବେ।

ଆବେଦନ ଶୁଳ୍କ: ବ୍ଯାଙ୍କ ଅଫ ବରୋଦାରେ ଏହି ପଦବୀ ପାଇଁ ୬୦୦ ଟଙ୍କା ନିର୍ଦ୍ଧାରିତ କରାଯାଇଛି। ଯାହାକୁ ଅନଲାଇନ ମାଧ୍ୟମରେ ପଇଠ କରିବେ। ଏସଟି/ଏସସି ଏବଂ ମହିଳାଙ୍କ ପାଇଁ ଆବେଦନ ଶୁଳ୍କ ୧୦୦ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.