ମୋବାଇଲ କ୍ୟାମେରା ଫ୍ଲାସ ଲାଇଟରୁ ଚେକ କରିପାରିବେ ହାର୍ଟ ରେଟ, ଫଲୋ କରନ୍ତୁ ଏହି ପ୍ରୋସେସ୍‌

ଟେକ୍ନୋଲୋଜୀ ଏତେ ଆଡଭାନ୍ସ କଳାଣି ଯେ ସ୍ମାର୍ଟଫୋନ ଜରିଆରେ ପ୍ରାୟ ସବୁ କାମ ହୋଇପାରୁଛି। ଗୋଟେ ସମୟ ଥିଲା ଯେତେବେଳେ ମୋବାଇଲର ବ୍ୟବହାର କେବଳ କଥା ହେବାର କରାଯାଉଥିଲା। କିନ୍ତୁ ଏବେ ଏହା ଜରିଆରେ ଅନେକ କିଛି କାମ କରାଯାଇହେଉଛି। ଟେକ୍ନୋଲୋଜୀ ଏତେ ଆଗକୁ ବଢ଼ିଗଲାଣି ଯେ ଏବେ ମୋବାଇଲ କ୍ୟାମେରା ଫ୍ଲାସଲାଇଟରୁ ଆପଣ ନିଜ ହାର୍ଟ ରେଟ ବି ଜାଣିପାରିବେ।

ଆପଣ ଆପଣଙ୍କ ମୋବାଇଲ କ୍ୟାମେରା ଫ୍ଲାସଲାଇଟ ସାହାଯ୍ୟରେ ଆପଣଙ୍କର ହାର୍ଟରେଟର ପତ୍ତା ଲଗାଇପାରିବେ। ଏଥିପାଇଁ ଆପଣଙ୍କୁ ଏକ ଆପ୍ଲିକେସନର ଆବଶ୍ୟକ ପଡିବ। ଅନେକ ଆପ୍ ରହିଛି ଯାହାଦ୍ୱାରା ଆପଣ ହାର୍ଟ ରେଟ ଚେକ କରିପାରିବେ କିନ୍ତୁ ଏହି ସବୁ ଆପ୍ ମଧ୍ୟରୁ ଗୋଟିଏ ହେଉଛି ଇନଷ୍ଟାଣ୍ଟ ହାର୍ଟ ରେଟ। ଏହି ଆପ୍ ଗୁଗଲ ପ୍ଲେ ଷ୍ଟୋରରୁ ଆପଣ ପାଇପାରିବେ।

ଏପରି ଚେକ୍ କରନ୍ତୁ ହାର୍ଟ ରେଟ୍‌

  • ନିଜ ସ୍ମାର୍ଟଫୋନରେ ଇଣ୍ଟରନେଟ ହାଟରେଟ୍ ଆପ୍ ଡାଉନଲୋଡ୍ କରନ୍ତୁ।
  • ଏହାପରେ ଏହି ଆପକୁ ଓପନ କରି ଆଙ୍ଗୁଳିକୁ ସ୍ମାର୍ଟଫୋନ କ୍ୟାମେରା ଉପରେ ରଖନ୍ତୁ।
  • ଏତିକି କରିବା ପରେ ଆପଣଙ୍କୁ ପ୍ରାୟ ଗୋଟେ ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ।
  • ଅପେକ୍ଷା କରିବା ପରେ ଆପଣଙ୍କୁ ହାର୍ଟରେଟ ଦେଖାଯିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.