୧୯୭୫ ବେଳେକୁ ରିକ୍ସାରେ ଶବ ବୋହି କିପରି ଗ୍ୟାଙ୍ଗଷ୍ଟର ହୋଇଥିଲା ହାଇଦର ? ପଢନ୍ତୁ ହାଇଦରର କଳାକାହାଣୀ

କେନ୍ୟୁଜ୍(ବ୍ୟୁରୋ):  ରିକ୍ସା ଚାଳକରୁ ଗ୍ୟାଙ୍ଗଷ୍ଟର ପାଲଟିଥିଲା ହାଇଦର । ୧୯୭୫ ବେଳକୁ କେନ୍ଦ୍ରାପଡାରେ ରିକ୍ସା ଚଳାଉଥିଲା ହାଇଦର । ଶବ ବ୍ୟବଛେଦ ପାଇଁ କଟକ ଆସୁଥିବା ବେଳେ ହାଇଦର ରିକ୍ସାରେ ଆସୁଥିଲା । ପରେ ସେ ଟ୍ରେକର ଓ ଟ୍ରକ ଚଳାଇଥିଲା । ୧୯୮୦ ବେଳକୁ ସେ ଅପରାଧ ଦୁନିଆରେ ପାଦ ଦେଇଥିଲା । ୧୯୯୧ ବେଳକୁ ଗ୍ୟାଙ୍ଗଷ୍ଟର ବନିଥିଲା । ୧୯୮୦ରେ ଗୋବରୀ ନଦୀରେ ହେଉଥିବା ବାଉଁଶ ପୋଲ ଓ ସେଥିରୁ ଆଦାୟ ହେଉଥିବା ଟଙ୍କାକୁ ନେଇ ଗଣ୍ଡଗୋଳ ହୋଇଥିଲା । ରବିନ ବେହେରା ନିୟନ୍ତ୍ରଣରେ ରହିଥିଲା ଏହି ବାଉଁଶ ପୋଲ । ରବିନ ମର୍ଡର କେସରେ ଜେଲ ଯାଇଥିଲା ।

ଜେଲରୁ ଫେରିବା ପରେ ରବିନ-ଟିଟୋ-ସୋଲେମାନ ମିଶି ଗ୍ୟାଙ୍ଗ ଗଢ଼ିଥିଲେ । ୧୯୮୯ରେ ଟିଟୋ ଓରବିନ ଭିତରେ ଗଣ୍ଡଗୋଳ ହୋଇଥିଲା । ଟିଟୋ ଅଲଗା ଗ୍ୟାଙ୍ଗ ଗଢ଼ିଥିଲା । ସେଥିରେ ସମାିଲ ହେଲା ସୋଲେମାନ । ଟିଟୋ ଓ ସୋଲେମାନ ମିଶି କ୍ୟାସେଟ ବେପାର କରୁଥିଲେ । ସେହି ସମୟରେ ବୁଲା ସେଠୀ ଓ ସୋଲେମାନ ମିଶି ରବିନକୁ ହତ୍ୟା କଲେ । ଟିଟୋ-ସୋଲେମାନ-ବୁଲା ସେଠୀଙ୍କ ଗ୍ୟାଙ୍ଗ ପ୍ରଭାବଶାଳୀ ହେବାକୁ ଲାଗିଥିବା ବେଳେ ୧୯୯୧ରେ ହାଇଦରା ସହ ମିଶିଲେ ରବିନର ସହଯୋଗୀ ବଣୁଆ ଓ ବାବୁ ।

haidar3

ହାଇଦର-ବଣୁଆ, ବାବୁ ମିଶି କୋର୍ଟ ପରିସରରେ ବୋମା ଓ ଗୁଳିମାଡ କରି ବୁଲା ସେଠୀକୁ ହତ୍ୟା କଲେ । ୧୯୯୭ରେ କେନ୍ଦ୍ରାପଡାରେ ହାଇଦରକୁ ଏନକାଉଣ୍ଟର କରିଥିଲେ ଜୟଦୀପ ଷଡଙ୍ଗୀ । ଟିଟୋ ଗ୍ୟାଙ୍ଗ ବି ହାଇଦର ଉପରେ ଦୁଇଥର ଆକ୍ରମଣ କରିଥିଲା । କେନ୍ଦ୍ରାପଡା ଓ ଅନ୍ୟ ଜିଲ୍ଲାରେ ୩୦ରୁ ଅଧିକ ହତ୍ୟା ମାମଲା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.