Below header

ନୋ ଲାଇନ୍ ନୋ ଲିଙ୍କ୍ , ବ୍ୟବସାୟ ଠପ

ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ଫନି ପରଠାରୁ ରାଜଧାନୀ ଭୁବନେଶ୍ୱରରେ ଲାଇନ୍ ନାହିଁ କି ଲିଙ୍କ୍ ନାହିଁ। ଏଥିଯୋଗୁ ବ୍ୟାଙ୍କ ଓ ଏଟିଏମ୍ ଗୁଡ଼ିକ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଯାହାର ସିଧାସଳଖ ପ୍ରଭାବ ବ୍ୟବସାୟ ଉପରେ ପଡ଼ିଛି। ଅଧିକାଂଶ ଏଟିଏମରେ ସଟର୍ ପଡ଼ିଛି। ଯେଉଁ ଏଟିଏମ୍ ଖୋଲା ଅଛି ସେଠାରେ ମେସିନ୍ ଖରାପ କିମ୍ବା ଲିଙ୍କ୍ ନାହିଁ। ଗତ କିଛିବର୍ଷ ହେଲା ଏଟିଏମରୁ ଟଙ୍କା ଉଠାଇବାରେ ଅଭ୍ୟସ୍ତ ଲୋକମାନେ ଏବେ ଏଟିଏମରୁ ଟଙ୍କା ଉଠାଇ ପାରୁନାହାନ୍ତି। ଗୋଟିଏ ପଟେ ଗ୍ରାହକଙ୍କ ନିକଟରେ ଟଙ୍କା ନାହିଁ, ଅନ୍ୟପଟେ ବଡ଼ ବଡ଼ ମଲ୍‌ରେ କାର୍ଡରେ ପେମେଣ୍ଟ ହୋଇ ପାରୁ ନାହିଁ। ଫନି ପ୍ରଭାବରେ ଗତ ଶୁକ୍ରବାରଠାରୁ ହଠାତ୍ ମଲ୍ ଗୁଡ଼ିକର କାରବାର କମିଯାଇଛି। ଦିନକୁ ଯେତିକି ସଂଖ୍ୟକ ଗ୍ରାହକ ମଲଗୁଡ଼ିକୁ ବାତ୍ୟା ପୂର୍ବରୁ ସପିଂ ଓ ବୁଲାବୁଲି କରିବାକୁ ଯାଉଥିଲେ ‌ତାହା ତୁଳନାରେ ୭୫ ପ୍ରତିଶତ କମ୍ ଗ୍ରାହକ ଆସୁଛନ୍ତି। ଏହାର ଗୁରୁତର ପ୍ରଭାବ ବ୍ୟବସାୟ ଉପରେ ପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.