Below header

ମହିଳା ‌ଟ୍ୱେଣ୍ଟି-୨୦: ସୁପରନୋଭାସକୁ ହରାଇଲା ଟ୍ରେଲ୍‌ବ୍ଲେଜର୍ସ

ଜୟପୁର: ମହିଳା ଟ୍ୱେଣ୍ଟି-୨୦ ପ୍ରତିଯୋଗିତାରେ ଟ୍ରେଲ୍‌ବ୍ଲେଜର୍ସ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ତିନି ଦଳୀୟ ପ୍ରତିଯୋଗିତାର ଉଦ୍‌ଘାଟନୀ ମୁକାବିଲାରେ ସ୍ମୃତି ମନ୍ଧାନାଙ୍କ ଟ୍ରେଲ୍‌ବ୍ଲେଜର୍ସ ୨ ରନ୍‌ରେ ହରମନ୍‌ପ୍ରୀତ କୌରଙ୍କ ସୁପରନ‌ୋଭାସକୁ ପରାସ୍ତ କରିଛି। ଜୟପୁରର ସବାଇ ମାନସିଂହ ଷ୍ଟାଡିୟମରେ ଟସ୍‌ ଜିତି ସୁପରନୋଭାସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଟ୍ରେଲ୍‌ବ୍ଲେଜର୍ସ ଅଧିନାୟିକା ସ୍ମୃତି ମନ୍ଧାନାଙ୍କ ଧୁଆଁଧାର ଅର୍ଧଶତକ ସାଙ୍ଗକୁ ହରଲୀନ ଦେଓଲଙ୍କ ୩୬ ରନ୍‌ (୪୪ ବଲ୍‌) ବଳରେ ୫ ୱିକେଟ୍‌ ବିନିମୟରେ ୧୪୦ ରନ୍‌ କରିଥିଲା। ରାଧା ଯାଦବ ୨ ଏବଂ ପୂନମ ଯାଦବ ଓ ଅନୁଜା ପଟେଲ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ। ଜବାବରେ ସୁପରନୋଭାସ ୬ ୱିକେଟ୍‌ ହରାଇ ୧୩୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା।  ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ସ୍ମୃତି ମନ୍ଧାନାଙ୍କୁ ପୁରସ୍କାର ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.