ଅନ୍ୟ ରାଜ୍ୟ ପାଇଁ ଏହା ଏକ ଉଦାହରଣ, ଜାଣନ୍ତୁ ଫନିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କିଏ ଏମିତି କଲା ପ୍ରଶଂସା ?

ବାତ୍ୟା ଫନିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା। ସଫଳତାର ସହ ବାତ୍ୟା ମୁକାବିଲା କରିଥିବାରୁ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଜମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି। ‘ସାରା ଦେଶର ନଜର ନିର୍ବାଚନ ଉପରେ ଥିଲାବେଳେ ନବୀନଙ୍କ ନଜର ‘ଫନି’ ଉପରେ ଥିଲା। ଓଡ଼ିଶା ମୁଖ୍ୟମନ୍ତ୍ରୀ କମ୍‌ କ୍ଷତି ଉପରେ ଗୁରୁତ୍ୱ ଦେଇଥିଲେ। ନବୀନ ଜଣେ ସରଳ ସଚୋଟ ଓ କଠିନ ପରିଶ୍ରମୀ ମଣିଷ ବୋଲି ମେହେବୁବା ମୁଫ୍‌ତି କହିଛନ୍ତି। ସେହିପରି ଅଭିନେତା କମଲ ହସନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି । ଅନ୍ୟ ରାଜ୍ୟ ପାଇଁ ଏହା ଏକ ଉଦାହରଣ । ଏହା ଦ୍ୱାରା ରାଜ୍ୟ ସରକାରଙ୍କ ଖ୍ୟାତି ବଢିଲା ବୋଲି କମଲ ହାସନ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.